logo
add image
ଶିକ୍ଷାନବୀଶ ଆଇଏଏସ ଙ୍କୁ ଜିଲ୍ଲାପାଳ ଙ୍କ ମାର୍ଗଦର୍ଶନ।

ଶିକ୍ଷାନବୀଶ ଆଇଏଏସ ଙ୍କୁ ଜିଲ୍ଲାପାଳ ଙ୍କ ମାର୍ଗଦର୍ଶନ।

ପୁରୀ,୧୧/୧୧/୨୦୨୪(ଆଧାର ମିଡ଼ିଆ)ଭାରତୀୟ ପ୍ରଶାସନିକ ସେବା ୨୦୨୩ ବ୍ୟାଚର ୧୨ ଜଣ ଆଇଏଏସ ପ୍ରୋବେସନର ବା ଶିକ୍ଷାନବୀଶ ପୁରୀ ଜିଲ୍ଲା ଗସ୍ତରେ ରହିଛନ୍ତି।ସେମାନେ ଚଳିତ ମାସ ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟ, ବିପଣୀ କେନ୍ଦ୍ର,ପର୍ଯ୍ୟଟନ ସ୍ଥଳ ଇତ୍ୟାଦି ପରିଦର୍ଶନ କରି ଜ୍ଞାନ ଆହରଣ କରିବେ।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କ ସହ ସମସ୍ତ ଶିକ୍ଷାନବୀଶ ଆଲୋଚନା କରିଥିଲେ।ଜଣେ ଆଇଏଏସ ଅଧିକାରୀ ର ଦାୟିତ୍ୱ,କର୍ତ୍ତବ୍ୟ,ସାଧାରଣ ଲୋକଙ୍କ ପ୍ରତି ବ୍ୟବହାର,ସମସ୍ୟା ଓ ତାହାର ସମାଧାନ,ଉନ୍ନୟନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଇତ୍ୟାଦି ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଅବଗତ କରାଇଥିଲେ।ପୁରୀ ବିଭିନ୍ନ ପ୍ରକଳ୍ପ ଓ ପର୍ଯ୍ୟଟନ ସ୍ଥଳର ବିକାଶ କୁ ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପରେ ଶିକ୍ଷାନବୀଶ ମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ।ଅପରାହ୍ନ ରେ ଜିଲ୍ଲା ସ୍କୁଲ ପରିଦର୍ଶନ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ର, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ।ଛାତ୍ରଛାତ୍ରୀ ମାନେ ମଧ ଶିକ୍ଷାନବୀଶ ମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ଅନୁଭୂତି, ଅଭିଜ୍ଞତା ଓ ଆଇଏଏସ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝି ଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଜିଲ୍ଲାପାଳ ଙ୍କ ସହ ଉପସ୍ଥିତ ଥିଲେ।ଶିକ୍ଷାନବୀଶ ଶୁଭନ ଶର୍ମା,ଦୀପିକା ଗୌତମ,ଭାରତ ପ୍ରଦୀପ ଡି,ଏମଡି ତବିସ ହାସନ,ପନ୍ନା କରନ କୁମାର ମାନସୁଖଭାଇ,ଦେଶମୁଖ ରାଜଶ୍ରୀ ସାନ୍ତାରାମ,ରିତୁ ଯାଦବ,ପଟେଲ ଅମିତେଶ କମଲେଶ ଭାଇ,ମୁକିଲାନ ଆର,ଅରିବ ସାଙ୍ଘିର,ରାଣା ଦେ,ସଚିତ ସିଂ ଏହି ଗସ୍ତରେ ସାମିଲ ଅଛନ୍ତି।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଏହି ଗସ୍ତରେ ସହଯୋଗ କରୁଛନ୍ତି।

Recent Comments

Leave Comments

Top