ବୌଦ୍ଧ,୧୨/୧୨/୨୦୨୪(ଆଧାର ମିଡ଼ିଆ)ମୂଳନୀବାସୀ ବହୁଜନ ମିଳିତ ମହାସଙ୍ଘ ବୌଦ୍ଧ ଜିଲ୍ଲା ସଭାପତି ପ୍ରଦୀପ କୁମାର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ହାର୍ଭେଷ୍ଟ ବ୍ଲେସିଙ୍ଗ ହୋମ ସାନ-ଵାଗବର ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି।ଚଳିତ ମାସ ନଭେମ୍ବର ୨୬ ରେ ଭାରତର ସମ୍ବିଧାନକୁ ୭୫ ବର୍ଷ ପୂର୍ତ୍ତି ହେବାକୁ ଯାଉଅଛି।ତେଣୁକରି ଚଳିତ ବର୍ଷ ସମ୍ବିଧାନ ଦିବସକୁ ପ୍ଲାଟିନିୟମ ଜୁବୁଲି ଭାବରେ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ମହସମାରୋହର ପାଳନ କରାଯିବ।ଆସନ୍ତା ନଭେମ୍ବର ୨୬ ତାରିଖରେ ବୌଦ୍ଧ ଟାଉନ ହଲ ଠାରେ ବିରାଟ ସଭା ଆୟୋଜନ କରାଯିବ।ଆମ୍ବେଦକର ଛକ ଵା କୋର୍ଟ ଛକ ଠାରୁ ଦିନ ସକାଳ ୦୯ ଘଣ୍ଟା ସମୟରେ ଏକ ବିରାଟ ରାଲି ବାହାରି ସହର ପରୀକ୍ରମା କରି ଟାଉନ ହଲରେ ପହଞ୍ଚିବ।ରାଜ୍ୟ ସ୍ତରୀୟ ପରିଭ୍ରମଣ କରୁଥିବା ସମ୍ବିଧାନ ସଚେତନତା ରଥ ଆସନ୍ତା ୧୬ ଏବଂ ୧୭ ତାରିଖ ଦୁଇ ଦିନ ବୌଦ୍ଧ ଜିଲ୍ଲାକୁ ଆସିବ। ରଥକୁ ବୌଦ୍ଧ ଜିଲ୍ଲାରେ କିପରି ବିଭିନ୍ନ ଅନୁଷ୍ଠାନ,ଗ୍ରାମ,ଜିଲ୍ଲା ପ୍ରଶାସନ ମିଳିତ ଭାବେ ଭଵ୍ୟ ସ୍ବାଗତଂ ସମ୍ବର୍ଦ୍ଧନା କରାଯିବ ବୋଲି ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଅବଦୁଲ କଲିମ ଖାଁ (ରାଜା),ଶମ୍ଭୁ ଭୂଷଣ ଭଇନା,ସଞ୍ଜୟ ନାଏକ,ଅନିଲ ବେହେରା,ଶିବ ବେହେରା,ଚନ୍ଦନ ପାତ୍ର,ବାବୁଲାଲ କହଁର,ଗୌତମ କୁମ୍ଭାର,ଅନିଲ ସିଂ,ପ୍ରଶାନ୍ତ ବେହେରା,ସଞ୍ଜୟ ବାଦୀ ପ୍ରମୁଖ ଯୋଗଦାନ କରିଥିଲେ ଓ ଶେଷରେ ଭୀମସେନ ଦୀପ ଧନ୍ୟବାଦ ଦେଇଥିଲେ।
Recent Comments