ଭୁବନେଶ୍ୱର,୧୨/୧୧/୨୦୨୪(ଆଧାର ମିଡ଼ିଆ)ଗିରଫ ହେଲେ ପୂର୍ବତନ ଛାତ୍ର କଂଗେସ ସଭାପତି ଇତିଶ ପ୍ରଧାନ। ଇତିସଙ୍କ ସମେତ ବିପ୍ଳବ ପରିଡ଼ା ଓ ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି। ସହିଦ ନଗର ଥାନା ସମ୍ମୁଖରେ ୫୦ ହଜାର ଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା।ଦୁଇ ଅଭିନେତାଙ୍କ ଝଗଡାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ ପ୍ରଧାନ।କାଳି ବୋଳିବା ସହ ତାଙ୍କୁ ୫୦ ହଜାର ଟଙ୍କା ବଟି ମାଗିବା ଓ ଆକ୍ରମଣ କରିବା ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ୟୁଟ୍ୟୁବର ତପି ମିଶ୍ର।ପୂର୍ବରୁ ଦୁଇ ୟୁଟ୍ୟୁବର ତପି ମିଶ୍ର ଓ ଅର୍ପଣ ମିଶ୍ରଙ୍କ ମଧ୍ୟରେ କିଛି କାରଣକୁ ନେଇ ବିବାଦ ଲାଗିରହିଥିଲା। ତିନିଜଣଙ୍କୁ ଗିରଫ କରି ଜେଲ ପଠାଇଛି ସହିଦ ନଗର ଥାନା ପୋଲିସ।ଇତିଶ କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
Recent Comments