logo
add image
ହେ଼ଡ୍ କନଷ୍ଟେବଳ ଅଶୋକ ହୋତା ଙ୍କ ଦେହାନ୍ତ! ଦିନେ ହାବିଲଦାର ହୋତା ଙ୍କ ନାଁ ଶୁଣିଲେ ଅସାମାଜିକ ବ୍ୟକ୍ତି ହେଉ ଥିଲେ ଭୟଭୀତ।

ହେ଼ଡ୍ କନଷ୍ଟେବଳ ଅଶୋକ ହୋତା ଙ୍କ ଦେହାନ୍ତ! ଦିନେ ହାବିଲଦାର ହୋତା ଙ୍କ ନାଁ ଶୁଣିଲେ ଅସାମାଜିକ ବ୍ୟକ୍ତି ହେଉ ଥିଲେ ଭୟଭୀତ।

ସୋନପୁର,୧୨/୧୧/୨୦୨୪(ଆଧାର ମିଡ଼ିଆ)ସୋନପୁର ର ଅବସର ପ୍ରାପ୍ତ ମୁଖ୍ୟ ହାବିଲଦାର ଅଶୋକ ହୋତା ଗତ କାଲି ସକାଳେ କିମ୍ସ୍ ମେଡିକାଲ ଭୁବନେଶ୍ଵର ରେ ଚିକିତ୍ସିତ ଅବସ୍ଥା ରେ ୬୭ ବର୍ଷ ବୟସ ରେ ପ୍ରାଣ ତ୍ୟାଗ କରିଛନ୍ତି lଏ ଖବର ରେ ସୋନପୁର ରେ ତାଙ୍କ ଚାକିରୀ କ୍ଷେତ୍ର ସମେତ ବୀର ମହାରାଜପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।କିମ୍ସ ମେଡିକାଲ୍ ରୁ ନିଜ ଜନ୍ମ ମାଟି ବି- ଏମ ପୁର ଚମ୍ପାମାଳ କୁ ଶ୍ରୀ ହୋତା ଙ୍କ ମର ଶରୀର ପହଁଚିବା ପରେ ଅନ୍ତିମ ଦର୍ଶନ ଓ ଅନ୍ତିମ ବିଦାୟ ପାଇଁ ଲୋକାରଣ୍ୟ ହୋଇ ପଡ଼ିଥିଲା ଚମ୍ପାମାଳ ଗାଁ।ବୀରମହାରାଜପୁର ଅଞ୍ଚଳ ର ବହୂ ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ସୋନପୁର ର ଅନେକ ପୋଲିସ କର୍ମଚାରୀ, ଫରେଷ୍ଟ କର୍ମଚାରୀ ଓ ସ୍ବେଛାସେବୀ ସଙ୍ଗଠନ,ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ର କର୍ମକର୍ତ୍ତା ପହଞ୍ଚି ସ୍ୱର୍ଗୀୟ ହୋତା ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅନ୍ତିମ ବିଦାୟ ଦେଇଥିଲେ l ଓ ଗାଁ ଶ୍ମଶାନ ଘାଟ ଯାଏଁ ଶୋଭା ଯାତ୍ରା ରେ ସାମିଲ ହୋଇ ଆତ୍ମୀୟ ସ୍ୱଜନ ଙ୍କ ସହ ଶ୍ରୀ ହୋତା ଙ୍କ ମର ଶରୀର କୁ ସ୍ବେଛାସେବୀ ମାନେ  କାନ୍ଧେଇ ଥିଲେ।ଶ୍ରୀ ହୋତା ଜଣେ ସଚ୍ଚୋଟ,ଦକ୍ଷ,ନିର୍ଭୀକ କର୍ମଚାରୀ ଭାବେ ସୋନପୁର ରେ ଦୀର୍ଘ ୩୦/୩୫ ବର୍ଷ ଧରି ଲୋକ ଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ବ ରେ ଥିବା ବେଳେ ଥାନା ବାବୁ ଗୁଣ ନିଧି ଦାଶ (ଖାର ବାବୁ) ଭବାନୀ ଉଦ୍ଗlତା, ଶ୍ରୀକାନ୍ତ ତ୍ରୀପାଠୀ ଙ୍କ ନାଁ ଶୁଣିଲେ ଯେମିତି ଅସାମାଜିକ ବ୍ୟକ୍ତି କିଛି ଅପରାଧ କରିବାକୁ ସାହାସ କରୁ ନ ଥିଲେ ,ଠିକ୍ ସେମିତି ହୋତା ହାବିଲଦାର  (ହେଡ କନଷ୍ଟେବଳ) ଙ୍କ ନାଁ ଶୁଣିଲେ ବାଘ ର ସ୍ଵର ଭଳି ଗର୍ଜନ ଶୁଣିଲେ ଅପରାଧୀ ଛତ୍ର ଭଙ୍ଗ ଦେଉଥିଲେ।ସହର ର ସଧାରଣ ଜନତା ଶାନ୍ତି ରେ ଶୋଇ ପାରୁଥିଲେ ସେଇ ସମୟ ରେ ଘର ଦ୍ବାର ଛାଡି  ନିର୍ଭୟରେ ଶାନ୍ତି ରେ ଦେଶ ବିଦେଶ ଯାତ୍ରା କରୁଥିଲେ ଲୋକେ।ଲୋକ ଙ୍କୁ ଉଚିତ ସୁରକ୍ଷା ଦେବାକୁ ନ୍ୟାୟ ଦେବାକୁ ଯେମିତି ଆଗେ ପୋଲିସ ଅଧିକାରୀ କର୍ମଚାରୀ ଙ୍କ ଆଗ୍ରହ ଥିଲା ଦୃଢ଼ ଆତ୍ମ ବିଶ୍ୱାସ ରହିଥିଲା ଲୋକ ଙ୍କ ମଧ୍ୟ ସେମିତି ପୋଲିସ ପ୍ରତି ଖୁବ୍ ଆସ୍ଥା ଭାଜନ ଓ ଭରସା ବି ରହିଥିଲା।ଦୀର୍ଘ ତିନି ବର୍ଷ ରୁ ଶ୍ରୀ ହୋତା ନିମୋନିଆ ରୋଗ ରେ ପୀଡ଼ିତ ହୋଇ ବିଭିନ୍ନ ମେଡିକାଲ୍ ରେ ଚିକିତ୍ସିତ ହୋଇ ଆସୁଥିଲେ।ଅବସର ପରେ ସେ ସ୍ବଚ୍ଛ ଭାରତ ସଙ୍ଗଠନ ଓ ପୋଲିସ କନଷ୍ଟେବଳ ସଂଘ ସହ ଅନେକ ଗଠନ ମୂଳକ ସେବା କାର୍ଯ୍ୟରେ ରେ ସାମିଲ୍ ହୋଇ ଥିଲେ।ରିଜର୍ଭ କଲୋନୀ ନିଜେ ରୋପଣ କରିଥିବା କିଛି ଔଷଧିୟ ବୃକ୍ଷ ସବୁ ଆଜି ସ୍ମୁତି ହୋଇ ରହିବ ସବୁଦିନ।ଏ ସଂଗଠନ ରେ ବିଭିନ୍ନ ସଭା ସମିତି,ସେବା କାର୍ଯ୍ୟରେ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଅକ୍ସିଜେନ୍ ଲାଗିଥିବା ସତ୍ତ୍ୱେ ମଧ୍ୟ ସେ ଯୋଗ ଦେଇ ସମସ୍ତ ସ୍ବେଛାସେବୀ ଙ୍କୁ ଉତ୍ସାହିତ କରି ଆସୁ ଥିଲେ।ସମସ୍ତ ଙ୍କୁ ସେ ଭାଇ ସମ୍ବୋଧନ କରି ଡାକୁଥିଲେ, ଅତି  ସ୍ନେହ ଶ୍ରଦ୍ଧା ସହ ଭଲ ପାଉଥିଲେ ସମସ୍ତ ଙ୍କୁ ଆପଣାର କରି ପାରିଥିଲେ ଶ୍ରୀ ହୋତା।ଏପରିକି ତାଙ୍କ କାର୍ଯ୍ୟକାଳ ସମୟରେ ରାତିରେ ଯେଉଁ ଅସାମାଜିକ ଯୁବକ ହୋତା  ସାର୍ ଙ୍କ ପାଖରୁ ପ୍ରଚୁର ମାଡ଼ ଗାଳି ଖାଇ ସୁଧୁରି ଯାଇ ଥିଲେ ଆଜି ସେମାନେ ବି ଝୁରୁଛନ୍ତି ହେଡ୍ଡ କନଷ୍ଟେବଳ ହୋତା ସାର ଙ୍କୁ l ଏଭଳି ଜଣେ  ବ୍ୟକ୍ତିତ୍ଵ ଙ୍କୁ ଭଦ୍ର ନମ୍ର ଭଲ ମଣିଷ ଙ୍କୁ ସମାଜ ବା ସହର ର ସୁରକ୍ଷା ଦାତା ଙ୍କୁ ହରାଇ ଆଜି ସୋନପୁର ବଲାଙ୍ଗିର ରିଜର୍ଭ ପୋଲିସ ବିଭାଗ,ସାଧାରଣ ଜନତା ରାଉରକେଲା ଜି ଆର୍ ପି ବିଭାଗ ଓ ସ୍ବଚ୍ଛ ଭାରତ ସଙ୍ଗଠନ ସୋନପୁର ମନମୁଣ୍ଡl ମର୍ମାହତ ହୋଇଛି l ସାଲୂଟ୍ କରୁଛି ପୋଲିସ ହବିଲାଦର୍ ହୋତା ସାର୍ ଙ୍କୁ ୧୯୮୦ ମସିହା ରେ ବଲାଙ୍ଗିର ରେ କନଷ୍ଟେବଳ ଭାବେ ଚାକିରୀ ରେ ଯୋଗ ଦାନ କରି ୪/୫ ବର୍ଷ କାର୍ଯ୍ଯ କଲା ପରେ ରାଉରକେଲା ଜି ଆର୍ ପି ରେ ମଧ୍ୟ କିଛି ବର୍ଷ ନିଷ୍ଠା ର ସହ କାର୍ଯ୍ଯ କରିଆସିଥିଲେ ଶ୍ରୀ ହୋତା ବାକି ସବୁ ତକ ଚାକିରୀ କାଳ ଅବସର ଯାଏଁ ସୁବର୍ଣ୍ଣପୁର ଲୋକ ଙ୍କ ସେବାରେ ବିତାଇ ଛନ୍ତି।ଶୃଙ୍ଖଳା,କର୍ତ୍ତବ୍ୟ ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ବଲାଙ୍ଗିର ର ପ୍ରାକ୍ତନ ଏସପି ସଞ୍ଜୀବ ମାରିକ ଓ ସୁବର୍ଣ୍ଣପୁର ର ଅନେକ ଏସପି ଙ୍କ ଠାରୁ  ଅନେକ ସଭା ସମିତି ରେ ଖୁବ୍ ପ୍ରଶଂସିତ ହୋଇ ଛନ୍ତି ଶ୍ରୀ ହୋତା।କାର୍ତ୍ତିକ ପଞ୍ଚୁକ ବେଳେ ପୁଣ୍ୟ ତିଥି ରେ ଶ୍ରୀ ହୋତା ଙ୍କ ଦେହାନ୍ତ ଘଟିଥିବାରୁ ବୈକୁଣ୍ଠ ପ୍ରାପ୍ତି ହୋଇଥିବା ମତ ପାଇଛି।କଥାରେ ଅଛି ପ୍ରାଣୀ ଙ୍କ ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି କବୀର୍ ଙ୍କ ମତ ରେ "ତୁମ ଜବ ରୋୟେ ତୋ ଜଗତ୍ ହସେ" ତୁମ ଜବ ହସେ ତୋ ଜଗତ ରୋୟେ।ଜୀବନ ରେ ପ୍ରତ୍ୟେକ କ୍ଷେତ୍ର ରେ ଲୋକ ଙ୍କ ପାଇଁ ସମାଜ ପାଇଁ ଏମିତି କିଛି ନିଷ୍ଠା ଶୃଙ୍ଖଳା ଉତ୍ସର୍ଗୀକୃତ ସେବା ଦେବେ ଆପଣ ତ ନିଶ୍ଚିତ ଭାବେ ଅନ୍ତିମ ବିଦାୟ  ବେଳେ ସଧାରଣ ଜନତା  କାନ୍ଦୁଥିବେ ସ୍ମରଣୀୟ ହୋଇ ରହିବେ।

Recent Comments

Leave Comments

Top