logo
add image
ଉପ ମୁଖ୍ୟମନ୍ତ୍ରୀ ନା ନେଇ ଠକୁଥିବା ଅଭିଯୁକ୍ତ ଗିରଫ।

ଉପ ମୁଖ୍ୟମନ୍ତ୍ରୀ ନା ନେଇ ଠକୁଥିବା ଅଭିଯୁକ୍ତ ଗିରଫ।

ପାଟଣାଗଡ଼,୧୨/୧୧/୨୦୨୪(ଆଧାର ମିଡ଼ିଆ)ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ନାଁ ନେଇ ଠକେଇ ଅଭିଯୋଗ।ପାଟଣାଗଡରେ ଠକକୁ ଅଟକ ରଖିଛି ପୁଲିସ।ଅଟକ ଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଲାଇସାଥି  ଗାଁର ବୁଦ୍ଧଦେବ ସାହୁ।ତେବେ ଅଭିଯୁକ୍ତ ଜଣଙ୍କ ଚାକିରି କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗ ହୋଇଛି।ଖାଲି ଚାକିରି ନୁହେଁ  ଅନ୍ୟକାମ କରାଇଦେବାକୁ ଲୋଭ ଦେଖାଉଥିଲା ଅଭିଯୁକ୍ତ।ଏଭଳି କହି ଅନେକ ଲୋକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଅନେକ ସମୟରେ କିଛି ବ୍ରକର ମାନେ ନେତାମାନଙ୍କ ନାଁ ନେଇ ସାଧାରଣ ଲୋକଙ୍କୁ ଠକି ଟଙ୍କା ନେଉଥିବାର ଅଭିଯୋଗ ଦେଖିବାକୁ ମିଳିଛି। ଯାହାଫଳରେ ମନ୍ତ୍ରୀମାନେ ସର୍ବଦା ବଦନାମ ହେଇଛନ୍ତି। ଗାଁଠାରୁ ନେଇ ସହର ପର୍ଯ୍ୟନ୍ତ ଏଭଳି କିଛି ଏଜେଣ୍ଟ ଅଛନ୍ତି ଯାହାକି ବଡ଼ ବଡ଼ ମନ୍ତ୍ରୀମାନଙ୍କ ନାଁ ନେଇ ଫାଇଦା ଉଠାଉଛନ୍ତି। ପୂର୍ବରୁ ରାହୁଲ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନାଁ ମଧ୍ୟ ଟାଉନ ଥାନାରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ସେ ଚାକିରୀ କରେଇଦେବୀ କହି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରୁଥିଲା।

Recent Comments

Leave Comments

Top