logo
add image
କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ।

କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ।

କଣିହାଁ,୧୩ /୧୧/୨୦୨୪(ଆଧାର ମିଡ଼ିଆ)କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ରୋଗୀ କଲ୍ୟାଣ ସମିତିର ୨୩ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଥିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ସୁମନ୍ତ ପଟେଲ ଆର୍ଥିକ ବର୍ଷ ୨୦୨୪-୨୫ର ବ୍ୟୟ ଅଟକଳ ବିବରଣୀ ଓ ଆବଶ୍ୟକ ଭିତ୍ତିଭୂମି ବିଷୟରେ ଉପସ୍ଥାପନା କରିଥିଲେ।ବିପିଏମ ସଞ୍ଜୟ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅନ୍ୟ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ,ଡାକ୍ତର ରାକେଶ ମହାରଣା,ଏମସିଏଲ କଣିହାଁର ଏଏମଓ ଡାକ୍ତର ଏମ ଏଫ ଆଲମ,ନମିତା ପ୍ରଧାନ ସୁନୀଲ କୁମାର ପ୍ରଧାନ, ଜିତେନ୍ଦ୍ରୀୟ ସାହୁ ସତ୍ୟାନନ୍ଦ ସାହୁ,ଦେବେନ୍ଦ୍ର ବେହେରା,ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା।ଡାକ୍ତରଖାନାର ନୂତନ ଜମି ଅଧିଗ୍ରହଣ କରାଯାଇ ପଟା କରାଯିବା,ଶବ ସଂରକ୍ଷଣ ଗୃହ ନିର୍ମାଣ କରାଯିବା,ଷ୍ଟାଫ କ୍ବାର୍ଟର, ଆଶାଗୃହ,ଏମସିଏଲ କଣିହାଁ ତରଫରୁ ରୋଗୀଙ୍କ ବିଭିନ୍ନ ପରୀକ୍ଷା ପାଇଁ ଏକ୍ସରେ, ଅଲ୍ଟ୍ରାସାଉଣ୍ଡ, ହାଇଡ୍ରଲିକ ବେଡ,ଆଇପିଡି ନିମନ୍ତେ ଏସି,ଡାକ୍ତରଖାନା ପରିସରରେ ସୋଲାର ଲାଇଟ ବ୍ୟବସ୍ଥା କରିବା, ଏକ ନୂତନ ଆହାର କେନ୍ଦ୍ର ବ୍ୟବସ୍ଥା କରାଯିବା, ବାୟୋମେଟ୍ରିକ ଦ୍ବାରା କର୍ମଚାରୀଙ୍କ ଉପସ୍ଥାନ ଦେବା ଇତ୍ୟାଦି ବିଷୟ ପ୍ରସ୍ତାବ ଆଗତ ହୋଇଥିଲା।ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ସମସ୍ତ କର୍ମଚାରୀ ରୋଗୀଙ୍କୁ ହଇରାଣ ନକରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

Recent Comments

Leave Comments

Top