କାକଟପୁର,୧୩/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)କାକଟପୁର ଥାନାରେ ଗତ ୮ ମାସ ପୂର୍ବରୁ ପୁରୀଜିଲ୍ଲା ସତ୍ୟବାଦୀ ଥାନାକୁ ବଦଳି ହୋଇଯାଇଥିବା ପୂର୍ବତନ ଆଇଆଇସି ଉମେଶ ଚନ୍ଦ୍ର ସାହୁ ପୁଣି ଥରେ ବୁଧବାର ଦିନ କାକଟପୁର ଥାନାରେ ଯୋଗଦେଇଛନ୍ତି।ଆଇଆଇସି ଶ୍ରୀ ସାହୁଙ୍କ ଯୋଗଦାନ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।ଶ୍ରୀ ସାହୁଙ୍କ କାର୍ଯ୍ୟକାଳ ସମୟରେ ଆଇନି ଶୃଙ୍ଖଳା ସୁବ୍ୟବସ୍ଥିତ ହୋଇଥିବାବେଳେ ମହିଳା ଓ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଥିଲେ।ଏବେ ପୁଣି ଥରେ କାକଟପୁର ଥାନାର ଆଇଆଇସି ଭାବେ ଯୋଗ ଦେବା ପରେ କେତେକ ଅଭ୍ୟାସଗତ ଅପରାଧୀଙ୍କ ମନରେ ଛନକା ପଶିଛି।ଏ ସଂକ୍ରାନ୍ତରେ ଆଇଆଇସି ଶ୍ରୀ ସାହୁଙ୍କୁ ପଚାରିବାରେ କାକଟପୁର ଏକ ଶାନ୍ତି ପ୍ରିୟ ଅଞ୍ଚଳ, ଏଠାରେ କୌଣସି ଅପରାଧିକ କାର୍ଯ୍ୟକଳାପ କୁ ପ୍ରଶୟ ଦିଆଯିବ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିଲେ।
Recent Comments