ଖୋର୍ଦ୍ଧା,୧୪/୧୧/୨୦୨୪(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ)ଆଜି ପବିତ୍ର ଶିଶୁ ଦିବସ ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି।ଏହି ଦିବସ ରେ ଶିଶୁ ମାନଙ୍କୁ ଉତ୍ସାହିତ କରିବାପାଇଁ କନିଷ୍ଠ ଓ ବରିଷ୍ଠ ବିଭାଗ ର ଶିଶୁ ଭାଇ ଭଉଣୀ ମାନଙ୍କୁ ନେଇ ଚିତ୍ରାଙ୍କନ ଶିଶୁ ବାଟିକା ର ଶିଶୁ ମାନଙ୍କୁ ନେଇ ଠାକୁର ଫଟୋ ପ୍ରଦର୍ଶନୀ ଆୟୋଜନ ହୋଇଯାଇଛି।ଶିଶୁ ଦିବସ ସମ୍ୱନ୍ଧ ରେ ପିଲା ମାନଙ୍କ ମଧ୍ୟରେ କ୍ୱିଜ୍ ପ୍ରତିଯୋଗିତା କରାଯାଇଥିଲା।ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ୮୮ ଜଣ ଶିଶୁ ମାନେ ଅଂଶ ଗ୍ରହଣ କରିଥିଲେ।ବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ଶୁଭକାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଆଧ୍ୟାତ୍ମିକ ପ୍ରେମୀ,ପଞ୍ଚବଟୀ ରାମ ଚରିତ ମାନସ ପ୍ରଚାର ସମିତିର ମୁଖ୍ୟ ତଥା ସମାଜ ସେବୀ ଚିନ୍ତାମଣି ଲେଙ୍କା ଯୋଗଡିଥିଲେ।ସମସ୍ତ ପ୍ରତିଯୋଗିତା ର ବିଚାରକ ସହ ପିଲାମାନଙ୍କ ଓ ବିଦ୍ୟାଳୟର ହିତ ଉଦ୍ଦେଶ୍ୟରେ ଦିଗ ଦର୍ଶନ ଦେଇଥିଲେ।ସେହିପରି ପିଲା ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଚିତ୍ରାଙ୍କନ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ମଧୁସ୍ମିତା ବେହେରା,ଆଶୁତୋଷ ଦାସ,ଲକ୍ଷ୍ମୀପ୍ରିୟା ସାହୁ ଭାଗ ନେଇଥିବା ବେଳେ କନିଷ୍ଠ ବିଭାଗରେ ଲିପ୍ସା ରାଣୀ ଦାସ,ତେଜସ ପ୍ରସାଦ ସିଂହ,ଶୁଭଲକ୍ଷ୍ମି ସିଂହ ଓ ଠାକୁର ଫଟୋ ପ୍ରଦର୍ଶନୀ ରେ ତ୍ରିଶିକା ପଣ୍ଡା,ଅଂଶୁମାନ ସାମନ୍ତରାୟ ଓ ଆରବ ମହାନ୍ତି ଯଥାକ୍ରମେ ପ୍ରଥମ,ଦ୍ଵିତୀୟ,ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ।ଗତ ବାର୍ଷିକ ପରୀକ୍ଷା ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୭ ଜଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟl ସୁକାନ୍ତି ନାୟକ ପରିଚାଳନା କରିଥିବା ବେଳେ ସମସ୍ତ ଗୂରୁମା ମାନେ ସଫଳ ରୂପାୟନ ରେ ସହଯୋଗ କରିଥିଲେ।ଏଭଳି ଅଯୋଜନକୁ ଅଭିଭାବକ ଙ୍କ ସହ ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି।
Recent Comments