logo
add image
ଶିଶୁ ର ଅନ୍ତର୍ନିହିତ ଗୁଣାବଳୀ ବିକାଶ ପାଇଁ ସମସ୍ତେ ଉଦ୍ୟମ କରନ୍ତୁ।

ଶିଶୁ ର ଅନ୍ତର୍ନିହିତ ଗୁଣାବଳୀ ବିକାଶ ପାଇଁ ସମସ୍ତେ ଉଦ୍ୟମ କରନ୍ତୁ।

ଗୁଣୁପୁର/ରାୟଗଡା,୧୪/୧୧/୨୦୨୪(ଆଧାର ମିଡ଼ିଆ)ଆଜି ହେଉଛି ନଭେମ୍ବର ୧୪ ଶିଶୁ ଦିବସ।ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁ ଙ୍କ ଜନ୍ମ ଦିବସ।ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ରେ ଏହି ଦିବସକୁ ଆଜି ପାଳନ କରାଯାଇଛି।ରାୟଗଡା ଜିଲ୍ଲା ଗୁଣୁପୁର ନିକଟସ୍ଥ ବିକ୍ରମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରାଙ୍କ ସଭାପତିତ୍ୱ ରେ ଆଜି ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ତଥା ମୋ ସ୍କୁଲ ଅଭିଯାନ ର ସଭାପତି ନରସିଂହନାଥ ମହାନ୍ତି ଯୋଗ ଦେଇ ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ କୁ ଚିହ୍ନି ତାର ବିକାଶ କରିବାକୁ ଆହ୍ୱାନ ଦେଇଥିଲେ।ଶିଶୁ ହେଉଛି ଭଗବାନଙ୍କ ଅମୂଲ୍ୟ ଦାନ।ଶିଶୁକୁ ଛୋଟ ବେଳରୁ ହିଁ ଯେଉଁ ଶିକ୍ଷା ଦିଆଯିବ ସେ ତାକୁ ସହଜେ ଗ୍ରହଣ କରିପାରିବ।ଏହି ଶିକ୍ଷା ପୂର୍ଣ୍ଣାଙ୍ଗ,ମୌଳିକ ତଥା ବୃତ୍ତିଗତ ହେବା ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ।ଶିକ୍ଷୟିତ୍ରୀ ନିଳିମା ଶତପଥୀ,ସଂଯୁକ୍ତା ପାଢ଼ୀ,ନନ୍ଦକିଶୋର ମିଶ୍ର, ବିଦ୍ୟାଧର ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ଶିକ୍ଷୟିତ୍ରୀ ସଂଯୁକ୍ତା ପାଢ଼ୀ ସ୍ବ ରଚିତ ଏକ କବିତା ପାଠ କରିଥିଲେ ଯାହା ବେଶ ହୃଦୟସ୍ପର୍ଶୀ ହୋଇଥିଲା।ଶେଷରେ ବିଦ୍ୟାଧର ମିଶ୍ର ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ,କର୍ମଚାରୀ ଓଯୋଗ ଦେଇଥିଲେ।ଗୁଣୁପୁରର ଓଡିଶା ଆଦର୍ଶ ବିଦ୍ୟାଳୟ ଓ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଏହି ଦିବସଟିକୁ ମହା ଆନନ୍ଦରେ ପାଳନ କରିଥିଲେ।

Recent Comments

Leave Comments

Top