ଆମ୍ବୋଭୋନା,୧୪/୧୧/୨୦୨୪(ଆଧାର ମିଡ଼ିଆ)ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ଯାଳୟରେ ନବଭାରତର ସ୍ରଷ୍ଟା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପବିତ୍ର ଜନ୍ମ ତିଥିରେ ଶିଶୁଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଦୀପପ୍ରଜ୍ବଳନ ପୂର୍ବକ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି ଅବସରରେ ବିଦ୍ଯାଳୟର ଶିକ୍ଷକ ସଞ୍ଜୟ ଖମାରୀ ଏବଂ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ ନେହେରୁଙ୍କ ଅବଦାନ ବିଷୟରେ ଆଲୋକପାତ କରିବା ସହିତ ଶିଶୁର ସାମଗ୍ରିକ ବିକାଶ ପାଇଁ ଅନୁକୂଳ ପରିବେଶ ନିହାତି ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ।ଛାତ୍ରଛାତ୍ରୀଙ୍କ ମଧ୍ୟରୁ ନିହାରିକା ସାହୁ,ଜାଗୃତି ପଟେଲ, ପ୍ରତିଭା ଭୋଇ,ବିଜିତା ସାହୁ,ମାନସୀ ପଧାନ,ଶ୍ରୁତି ବଗର୍ତ୍ତି ନେହେରୁଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ବିଦ୍ଯାଳୟର ଶିକ୍ଷକ ଶ୍ରୀପତି ସାହୁ,ତେଜରାମ ସା,ବୋଧରାମ ବିଶ୍ବାଳ,ଅଙ୍କିତ ମହନ୍ତ, ଅମୂଲ୍ୟ ଭୋଇ,ଅଶୋକ ଦାସ,ଶିକ୍ଷୟିତ୍ରୀ ସୌଦାମିନୀ ବାରିକ, ଅନୀତା ପଧାନ,ରାଜକୁମାରୀ ଭୁଏ ଓ ସରିତା ପଟେଲଙ୍କ ସମେତ କର୍ମଚାରୀ ରୁକୁଣୀ ସେଠ,ଅନୀଲ ସିଦାର ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।ଶିକ୍ଷକ ସଂଜୟ ଖମାରୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଅନୀତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments