logo
add image
ବେଦାନ୍ତ ଆଶ୍ରମର ୩୬ ତମ ବାର୍ଷିକ ଉତ୍ସବ!ଆଧ୍ୟାତ୍ମିକ ବାତାବରଣ ରେ ହେଲା ସମ୍ପନ୍ନ।

ବେଦାନ୍ତ ଆଶ୍ରମର ୩୬ ତମ ବାର୍ଷିକ ଉତ୍ସବ!ଆଧ୍ୟାତ୍ମିକ ବାତାବରଣ ରେ ହେଲା ସମ୍ପନ୍ନ।

ଗୁଣୁପୁର/ରାୟଗଡା,୧୫/୧୧/୨୦୨୪(ଆଧାର ମିଡ଼ିଆ)ଓଡ଼ିଶାର ଦକ୍ଷିଣାଞ୍ଚଳ ବନବାସୀ କ୍ଷେତ୍ର ରାୟଗଡ଼ା ଜିଲ୍ଲାର ଗୁଣୁପୁର ସ୍ଥିତ ବଂଶଧାରା ଓ ମହେନ୍ଦ୍ରତନୟା ର ସଙ୍ଗମ ସ୍ଥଳ ରେ ଅବସ୍ଥିତ ପୁରାତନ ଆଧ୍ୟାତ୍ମିକ ପୀଠ ଅଦ୍ଵୈତ ବେଦାନ୍ତ ଆଶ୍ରମରେ ମହା କାର୍ତ୍ତିକ ମାସ ରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଆଶ୍ରମ ଶ୍ରୀ ଶ୍ରୀ ଶ୍ରୀ ୧୦୮ ଶ୍ରୀ ସ୍ବାମୀ ଵିଦ୍ୟାନନ୍ଦ ସାଗର ମହାରାଜଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ବେଳେ ୩୬ ତମ ବାର୍ଷିକ ମହୋତ୍ସବ ଅବସର ରେ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ କାର୍ତ୍ତିକ ମାସ ବ୍ୟାପୀ ବିଶ୍ଵଶାନ୍ତି କଲ୍ୟାଣର୍ଥେ ଶ୍ରୀ ବିଷ୍ଣୁ ମହାଯଜ୍ଞ,ମହା ରୁଦ୍ରାଭିସେକ,ଦୀପଦାନ,ହରିନାମ କୀର୍ତ୍ତନ ଓ ପ୍ରତି ନିତ୍ୟ ପାଞ୍ଚ ଶହ ଲୋକଙ୍କୁ ଅନ୍ନ ସନ୍ତର୍ପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ମହୋତ୍ସବ ତା ୧୫.୧୧.୨୦୨୪ ରିଖ ଦିନ ସୂର୍ଯ୍ୟଉଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅଖଣ୍ଡ ଯଜ୍ଞ,ନାମ କୀର୍ତ୍ତନ ପୂର୍ଣ୍ଣାହୂତି କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଦୁଇ ହଜାର ବ୍ୟକ୍ତି ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଆଶ୍ରମର ଗୁରୁଜୀ ନଳିନୀକାନ୍ତ ମହାନ୍ତି,ତ୍ରିପତି ମହାନ୍ତି,ନରସିଂହନାଥ ମହାନ୍ତି ଙ୍କ ସମେତ ଆଶ୍ରମର ସମସ୍ତ ସଦସ୍ୟ, ପୂଜକ,ଆଚାର୍ଯ୍ୟ ମାନଙ୍କ ସହଯୋଗ ରେ ଏକମାସ ବ୍ୟାପି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।
 

Recent Comments

Leave Comments

Top