logo
add image
ଜାତୀୟ ପ୍ରେସ ଦିବସ ପାଳିତ।ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଣମାଧ୍ୟମ ଏବଂ ପ୍ରଶାସନ ମଧ୍ୟରେ ସମନ୍ଵୟ ଅତ୍ୟନ୍ତ ଜରୁରୀ:ଜିଲ୍ଲାପାଳ।

ଜାତୀୟ ପ୍ରେସ ଦିବସ ପାଳିତ।ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଣମାଧ୍ୟମ ଏବଂ ପ୍ରଶାସନ ମଧ୍ୟରେ ସମନ୍ଵୟ ଅତ୍ୟନ୍ତ ଜରୁରୀ:ଜିଲ୍ଲାପାଳ।

ବଲାଙ୍ଗିର,୧୬/୧୧/୨୦୨୪(ଆଧାର ମିଡ଼ିଆ)ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ସଂଘ ର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର,ମୁଖ୍ୟ ବକ୍ତା ଭାବେ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ସାହୁ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବ ପ୍ରସାଦ ପରିଡ଼ା ଏବଂ ସାଧାରଣ ସମ୍ପାଦକ ଶିଶୀରକାନ୍ତ ଶତପଥି ଯୋଗ ଦେଇ ଥିଲେ।ଏହି ଅବସରରେ ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୁପ ସମ୍ପର୍କରେ ଆଲୋଚନା କରାଯାଇଥିଲା।ମଚାସୀନ ଅତିଥି ମାନେ କହିଥିଲେ ଯେ ସମସ୍ତ ସ୍ତରରେ ଗଣମାଧ୍ୟମ ର ଭୂମିକା ବଢିଛି।ଗଣମାଧ୍ୟମ ହେଉଛି ସମାଜର ଦର୍ପଣ,ସମାଜରେ ଘଟୁଥିବା ପ୍ରତ୍ୟେକ ନୀତି-ଅନୀତି,ଉନ୍ନତି-ଅବନତି ଏବଂ ବିଭିନ୍ନ ବିଷୟ ଉପରେ ଦେଖାଯାଉଥିବା ମତ ଓ ଭିନ୍ନମତକୁ ଲୋକଲୋଚନକୁ ଆଣିବା ହେଉଛି ଗଣମାଧ୍ୟମର ଦାୟିତ୍ୱ।ଏହି ଦାୟିତ୍ୱକୁ ଯେଉଁ ଗଣମାଧ୍ୟମ ସଠିକ୍‌ ଭାବେ ତୁଲାଇ ଜନସମାଜର ବିକାଶ ସହିତ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତି,ସେମାନେ ବାସ୍ତବରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ।ବିଷୟବସ୍ତୁ "ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୁପ" ସାମ୍ପ୍ରତିକ ନୂତନ ଡିଜିଟାଲ୍/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ବିଭିନ୍ନ ଡିଜିଟାଲ ଉପକରଣର ବ୍ୟବହାର କରି ସୂଚନାକୁ ଯଥାଶୀଘ୍ର ଲୋକଙ୍କୁ ପରିବେଷଣ କରିବା ସହ ସାମ୍ବାଦିକତାର ବିକାଶ ଉପରେ ଆଲୋକପାତ କରାଯାଇଥିଲା।ବିଭିନ୍ନ ପରିବର୍ତ୍ତନଗୁଡିକ ସତ୍ତ୍ୱେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ସଠିକ ତଥ୍ୟ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ଆଗରେ ସତ୍ୟତା ପ୍ରତିପାଦନ କରିବା ହେଉଛି ସାମ୍ବାଦିକତାର ମୂଳମନ୍ତ୍ର।ତେଣୁ ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକତାର ମୂଳମନ୍ତ୍ରକୁ ପାଥେୟ କରି କାମ କରିବା ସହ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନ ସହିତ ସମନ୍ଵୟ ଉଭୟଙ୍କ ପାଇଁ ନିହାତି ଜରୁରୀ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ସଂଘର ସାଧାରଣ ସଂପାଦକ ଶିଶିର କାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ,ବିରେନ୍ଦ୍ର ଝାଙ୍କର ଓ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଆଲୋଚ୍ୟ ବିଷୟ ଉପରେ ମତ ରଖିଥିଲେ।ପରିବର୍ତ୍ତିତ ସ୍ବରୂପରେ ମଧ୍ୟ ଗଣମାଧ୍ୟମର ସ୍ବକୀୟତା ଅକ୍ଷୁର୍ଣ୍ଣ ରହିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।ଏହି ଉତ୍ସବ ରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।
 

Recent Comments

Leave Comments

Top