logo
add image
କଣିହାଁ ପ୍ରେସ କ୍ଳବ୍ ପକ୍ଷୁରୁ ଜାତୀୟ ପ୍ରେସ ଦିବସ ପାଳିତ।

କଣିହାଁ ପ୍ରେସ କ୍ଳବ୍ ପକ୍ଷୁରୁ ଜାତୀୟ ପ୍ରେସ ଦିବସ ପାଳିତ।

କଣିହାଁ,୧୬/୧୧/୨୦୨୪(ଆଧାର ମିଡ଼ିଆ)ଅନୁଗୋଳ ଜିଲା କଣିହାଁ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ସଂଘ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଶନିବାର ସକାଳେ କ୍ଲବର ସଭାପତି ଭୂପେନ କୁମାର ଗଡ଼ନାୟକଙ୍କ ଅଧକ୍ଷତାରେ ଆୟୋଜିତ ପ୍ରେସ ଦିବସ କାର୍ଯ୍ୟକ୍ରମରେ।ସମ୍ମାନୀତ ଅତିଥି ଭାବେ କଣିହାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁମନ୍ତ କୁମାର ପଟେଲ,କଣିହାଁ ବାନାଞ୍ଚଳ ଅଧିକାରୀ ଦାୟିତ୍ୱରେ ଥିବା ଏଏସିଏଫ ନିଳମଣି ଦେହୁରୀ,କଣିହାଁ ମହାବିଦ୍ୟାଳୟ +୩ ର ଅଧ୍ୟକ୍ଷ ମନୋଜ କୁମାର ସ୍ବାଇଁ,ଅଧ୍ୟାପକ ଧନେଶ୍ୱର ସାହୁ,ବରିଷ୍ଠ ସାମ୍ବାଦିକ ଧନେଶ୍ଵର ମହାନ୍ତି ପ୍ରମୁଖ ଯୋଗଦେଇ ଜାତୀୟ ପ୍ରେସ ଦିବସର ଉଦ୍ଦେଶ୍ୟ ଓ ସାମ୍ବାଦିକ ମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିବା ପରୀପ୍ରେକ୍ଷୀରେ ସାମ୍ବାଦିକମାନେ ନିର୍ଭୀକ ଓ ନିରପେକ୍ଷ ରହିଲେ ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ ମତ ବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସାଧାରଣ ସମ୍ପାଦକ ରଞ୍ଜନ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ ଓ ସାମ୍ୱାଦିକ ଅଲେଖ ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ତଥା ସାମ୍ୱାଦିକ କଷ୍ଟୁଚରଣ ସାମଲ,ଜ୍ୟୋତିରଂଜନ ଧର,ଟୁନା ସାହୁ,ନୀଳକଣ୍ଠ ବେହେରା,ସୂର୍ଯ୍ୟମଣି ସାହୁ ,ନିର୍ମଳ ସାହୁ,ନିରୋଜ କୁମାର ପ୍ରଧାନ, ଯୁଗଳ କିଶୋର ସାହୁ,ମହେଶ୍ୱର ନାଏକ,ସିମାଞ୍ଚଳ ସାବତ, ରୁଦ୍ରମୋହନ ଗଡ଼ନାୟକ,ଦେବେନ୍ଦ୍ର ବେହେରା,ଲକ୍ଷ୍ମୀଧର ସାହୁ, ଦୀପକ ବେହେରା,ଜିତେନ ମିଶ୍ର,ଜଳଧର ବେହେରା,ଶିଶିର ସାମଲ,ସୁଶିଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଦିବସରେ ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧିଜୀବି ଗଣେଶ୍ୱର ସାହୁ,କ୍ଷତ୍ରିୟ ସମାଜର ସଭାପତି ବିଶିକେଶନ ମହାନ୍ତି,ଗୋବର୍ଦ୍ଧନ ସାମଲ,ମକୁଦ ସାହୁ,ପ୍ରମୁଖ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l
 

Recent Comments

Leave Comments

Top