କାକଟପୁର,୧୬/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)ଆଜି ଥିଲା ଜାତୀୟ ପ୍ରେସ ଦିବସ।ଏହି ପ୍ରରିପେକ୍ଷିରେ ପୁରୀ ଜିଲ୍ଲା ଚାରିଛକ ସାମ୍ବାଦିକ ସଂଘ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାତୀୟ ପ୍ରେସ ଦିବସ ୨୦୨୪ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ସବୁବେଳେ ନିର୍ଭୀକ ସାମ୍ବାଦିକତା କରିବା ପାଇଁ ଆହ୍ୱାନ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର ସାମ୍ବାଦିକ ସୁରକ୍ଷା ଆଇନ,ସାମ୍ବାଦିକ ମାନଙ୍କ ପାଇଁ ପେନସନ ଲାଗୁ କରିବା,ପ୍ରେସ ଏକାଡେମୀ ଗଠନ କରିବା ଆଦି ଦିଗରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉତ୍ଥାପନ କରିବା ଦିଗରେ ଆଲୋକପାତ କରିଥିଲେ।ଏହି ଅବସରରେ କାକଟପୁର ପ୍ରେସ କ୍ଲବର ସମ୍ପାଦକ ଆଦିତ୍ୟ କୁମାର ରାଉତ ଏବଂ ପ୍ରଭାତ କୁମାର ଦୀକ୍ଷିତଙ୍କୁ ଅତିଥି ମାନେ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘର ସଭାପତି,ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ପ୍ରମୁଖ ଯୋଗଦେଇଥିଲେ
Recent Comments