logo
add image
ବସ ଧକ୍କାରେ ୨ବାଇକି ଆରୋହୀ ମୃତ ୧ ଗୁରୁତର।

ବସ ଧକ୍କାରେ ୨ବାଇକି ଆରୋହୀ ମୃତ ୧ ଗୁରୁତର।

ଖୋର୍ଦ୍ଧା,୧୭/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ନୟାଗଡ ଜିଲ୍ଲା ରଣପୁର ଥାନା ଅଧୀନ ଲୋଧାଚୁଆ ଗ୍ରାମ ନିକଟରେ ଯାତ୍ରୀବାହୀ ବସ ଧକ୍କାରେ ୨ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ସଙ୍କଟାପନ୍ନ ହୋଇଥିବା ସୂଚନା ମିଳିଛି ।ଘଟଣାରୁ ପ୍ରକାଶ ବ୍ରହ୍ମପୁରରୁ ରଣପୁର ହୋଇ ଆଠଗଡ ଯାଉଥିବା ଚୌଧୁରୀ ନାମକ ଯାତ୍ରୀବାହୀ ବସ ରବିବାର ସନ୍ଧ୍ୟା ସମୟରେ ଆସୁଥିବା ବେଳେ ବିପରୀତ ଦିଗରୁ ବାଇକି ରେ ୩ଜଣ ଯୁବକଙ୍କ ସହିତ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ୨ଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ସଙ୍କଟାପନ୍ନ ହୋଇଥିବା ସୂଚନା ମିଳିଛି ।ସ୍ଥାନୀୟ ଲୋକେ ୧୦୮ ଅମ୍ବଲାନାସ ରେ ପ୍ରଥମେ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।ତେବେ ବାଇକ୍ ଆରୋହୀଙ୍କ ପରିଚୟ ମିଳି ନଥିବା ବେଳେ ଘଟଣା ସ୍ଥଳରେ ରଣପୁର ପୋଲିସ ପହଁଚି ତଦନ୍ତ ଚଳାଇଛି।
 

Recent Comments

Leave Comments

Top