logo
add image
ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ:୮ ଯାତ୍ରୀ ଆହତ।

ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ:୮ ଯାତ୍ରୀ ଆହତ।

ଖୋର୍ଦ୍ଧା,୧୭/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୋଲଗଡ଼ ଥାନା ଚୁଡ଼ା ଗ୍ରାମସ୍ଥିତ ଏଚଡିଏଫସି ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ରାତି ପ୍ରାୟତଃ ୩ଟା ସମୟରେ ଏକ ମାଲବାହି ଟ୍ରକ ପଛପଟେ ପିଟି ହୋଇ ଏକ ଯାତ୍ରୀବାହୀ ବସର ଡ୍ରାଇଭରଙ୍କ ସମେତ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଏସମ୍ପର୍କରେ ବୋଲଗଡ଼ ଥାନା ପକ୍ଷରୁ ୨୮୧/୨୪ରେ ଏକ ମାମଲା ରୁ୍ଜୁ କରାଯାଇ ତଦନ୍ତ ଚାଲିଥିବା  ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ନୟାଗଡ଼ ପଟୁ ଭୁବନେଶ୍ୱର ଦିଗରେ ଯାଉଥିବା ଏକ ଭଙ୍ଗାକାଚ ବୋଝେଇ  ଥିବା ଏକ ଟ୍ରକ କୌଣସି କାରଣରୁ ଚୁଡ଼ା ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରୀଙ୍ଗବାଡିରୁ ଭୁବନେଶ୍ୱର ଯାଉଥିବା ସାରଳା ନାମକ ଏକ ଯାତ୍ରୀବାହି ବସ ଗୋଟି ଘନ କୁହୁଡି କାରଣରୁ ଟ୍ରକର ପଛପଟକୁ ପିଟି ଦେଇଥିଲା।ଫଳରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ବସ ଚାଳକଙ୍କ ମୁଣ୍ଡରେ ଆଘାତ ଲାଗିଛି।ତେବେ  ବୋଲଗଡ଼ ଥାନା ପୋଲିସ ଉଭୟ ଗାଡ଼ିକୁ ଜବତ କରିଛନ୍ତି।
 

Recent Comments

Leave Comments

Top