ଖୋର୍ଦ୍ଧା,୧୭/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଓ କାର୍ଯ୍ୟରତ ସାମ୍ବାଦିକ ସଂଘ ଭାବରେ ସବୁଠି ପରିଚିତ ଥିବା ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ଟାଙ୍ଗୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପାଳିତ ହୋଇଯାଇଛି।ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଜାତୀୟ ପ୍ରେସ୍ ଦିବସ।ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘ ସଭାପତି ରବୀନ୍ଦ୍ର କୁମାର ରଣା ଙ୍କ ପୈ।ରହିତ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ ,ସଂଗ୍ରାମ କେଶରୀ ପଟ୍ଟନାୟକ ଓ ସଂଘର ଉପଦେଷ୍ଟା ଭାଗିରଥୀ ଛୋଟରାୟ ନିଜର ସାମ୍ବାଦିକତା ଜୀବନର ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିଥିଲେ।ଅତିଥି ଭାବରେ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଯୋଗଦେଇ ସାମ୍ବାଦିକ ମାନଙ୍କୁ ସମାଜର ଜାଗ୍ରତ ପହରୀ ଏବଂ ଗଣତନ୍ତ୍ରର ରକ୍ଷା କବଚ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଦେବେଶ ପରିଡ଼ା,ଅଶ୍ୱିନୀ କୁମାର ପରିଡ଼ା,ବୈକୁଣ୍ଠ ପ୍ରଧାନ,ପ୍ରଦୀପ କୁମାର ସାହୁ,ବିଷ୍ଣୁ ଖୁଣ୍ଟିଆ,ପ୍ରତାପ ମହାରଣା , ରମେଶ କୁମାର ନାଇଡୁ,ବିଜୟ କୁମାର ବାହୁବଳେନ୍ଦ୍ର,ପ୍ରସନ୍ନ କୁମାର ସ୍ୱାଇଁ,ଦେବୀ ପ୍ରସାଦ ଦାସ,ଯୋଗେନ୍ଦ୍ର ରାମ,ଅଶୋକ କୁମାର ନାୟକ ପ୍ରମୁଖ ସାମିଲ ହୋଇ ନିଜ ନିଜର ସାମ୍ବାଦିକତା କ୍ଷେତ୍ରରେ ଅତିବାହିତ ସମୟର କାହାଣୀ ବଖାଣି ଥିଲେ।ସଂଘର ସମ୍ପାଦକ ସନ୍ତୋଷ ଚୈ।ଧୁରୀ ଓ ସହ-ସମ୍ପାଦକ କାହ୍ନୁ ଚରଣ ବେହେରା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ।ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଥିଲା ଏହି ସାମ୍ବାଦିକତା ଦିବସ।
Recent Comments