କାକଟପୁର,୧୯/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ) କାକଟପୁର ଜାହାନ ପବ୍ଲିକ ସ୍କୁଲର ଇଣ୍ଟର କ୍ଲାସ କ୍ରିକେଟ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ମ୍ୟାଚକୁ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶିକା ସୁମିତ୍ରା ଘୋଷ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ଛାତ୍ର ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ପ୍ରଥମେ ଦଶମ ଶ୍ରେଣୀର ଅଧିନାୟକ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ।ଦଶମ ଶ୍ରେଣୀର ଖେଳାଳି ମାନେ ନିର୍ଦ୍ଧା ରିତ ୮ ଓଭର ରେ ୯ ଉଇକେଟ ବିନିମୟରେ ୪୨ ରନ କରିଥିବାବେଳେ ନବମ ଶ୍ରେଣୀର ଖେଳାଳି ମାନେ ମାତ୍ର ୬.୪ ଓଭରରେ ୭ ଉଇକେଟ ହରାଇ ବିଜୟଲାଭ କରିଥିଲେ।ଦଳପକ୍ଷରୁ ଭରଦ୍ୱାଜ ପରିଡା ସର୍ବାଧିକ ୨୮ ରନ କରି ମ୍ୟାନ ଅଫ ଦି ମ୍ୟାଚ ଆଖ୍ୟା ଅର୍ଜନ କରିଥିବାବେଳେ ଦଶମ ଶ୍ରେଣୀ ପକ୍ଷରୁ ଶକ୍ତି ପ୍ରସାଦ ଦାସଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଥିଲା।କ୍ରୀଡା ଶିକ୍ଷକ କଳିଙ୍ଗ ପ୍ରସାଦ ନାୟକ,ଇଂରାଜୀ ଶିକ୍ଷକ ପ୍ରେମ ଶଙ୍କର ପୁଜାରି,ଗଣିତ ଶିକ୍ଷକ ସତ୍ୟରଞ୍ଜନ ଶତପଥୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ।ଚମ୍ପିୟାନ ଦଳକୁ ନିର୍ଦ୍ଦେଶିକା ଶ୍ରୀମତୀ ଘୋଷ ଟ୍ରଫି ପ୍ରଦାନ କରିଥିବାବେଳେ ସ୍କୁଲର ପ୍ରିନ୍ସିପାଲ ମମତା ମହାପାତ୍ର, ଶିକ୍ଷୟିତ୍ରୀ ମଧୁସ୍ମିତା ପଢ଼ିଆରୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
Recent Comments