ସୁବର୍ଣ୍ଣପୁର,୧୭/୧୧/୨୦୨୪(ଆଧାର ମିଡ଼ିଆ)ଆଜି ସ୍ଥାନୀୟ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଦୈନିକ ଖବର କାଗଜ 'ସକାଳ'ର ଚତୁର୍ଥ ସ୍ଵ ନକ୍ଷତ୍ର ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର ପୌରପାଳିକା ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଅଦ୍ୱୈତ ପଣ୍ଡା ଯୋଗଦେଇ ଥିଲେ।ତେବେ ବିଚାରକ ଭାବେ ଗାଳ୍ପିକ କ୍ଷୀରୋଦ ବିଶ୍ୱାଳ,ସୁଜିତ ପୁଜାହାରୀ,ସରକାରୀ ଓକିଲ ଅଦ୍ବୈତ ପଣ୍ଡା,ବରିଷ୍ଠ ଶିକ୍ଷକ ଲୋକନାଥ ଦାଶ, ଗିରିଶ କୁମାର ତ୍ରିପାଠୀ ଏବଂ ସିଆରସିସି ବ୍ରତାନନ୍ଦ ଭୋଇ ପ୍ରମୁଖ ଯୋଗ ଦେଇଥିଲେ।ସକାଳ ଖବରକାଗଜର ଜିଲ୍ଲା ପ୍ରତିନିଧି ଧରଣୀ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ। ବ୍ରତାନନ୍ଦ ଭୋଇ ମଞ୍ଚ ପରିଚାଳନା ଏବଂ ଲୋକନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।ତେବେ ବରିଷ୍ଠ ବିଭାଗରେ ରୋଶନ ସୁନା ପ୍ରଥମ,ଶ୍ରେୟା ଦାଶ ଦ୍ଵିତୀୟ ଏବଂ ଶୁଭଶ୍ରୀ ମଲ୍ଲିକ ତୃତୀୟ ସ୍ଥାନ ହାସଲ କରିଥିଲେ।କନିଷ୍ଠ ବିଭାଗରେ ଅଙ୍କିତା ବେହେରା ପ୍ରଥମ,କାଦମ୍ବିନୀ ପୂଜାରୀ ଦ୍ଵିତୀୟ ଏବଂ ସ୍ୱୟମ ଏସ କର୍ଣ୍ଣ ତୃତୀୟ ସ୍ଥାନ ହାସଲ କରିଥିଲେ।ଉଭୟ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।ସାମ୍ବାଦିକ ରଞ୍ଜନ ବାରିକ,ଫଟୋ ଜର୍ଣ୍ଣାଲିଷ୍ଟ ମାନଭଞ୍ଜନ ପୂଜାରୀ,ଧନଞ୍ଜୟ ଆଡଜୁଆଡି,ସାହାରା ଟ୍ରଷ୍ଟ ହାଇସ୍କୁଲର କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।
Recent Comments