ସମ୍ବଲପୁର(ରେଙ୍ଗାଲି)୧୯/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ସୁନିଲ କୁମାର ନାଥ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକରେ ଆଜି ସାମୁହିକ ଜନଶୁଣାଣୀ ଅନୁଷ୍ଠିତ ହେଇଯାଇଛି।ରେଙ୍ଗାଲି ଅଂଚଳ ର ବିଭିନ୍ନ ସମସ୍ୟା କୁ ନେଇ ଅଭିଯୋଗ ଶୁଣାଣି ହୋଇଛି।ଆଜି ସମ୍ବଲପୁରଏଡିଏମ୍ ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରେଙ୍ଗାଲି ତହସିଲଦାର ସମେତ ଅନେକ ଅଧିକାରୀ ଙ୍କ ମିଳିତ ଆନୁକୂଲ୍ୟରେ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ଜନଶୁଣାଣି ହୋଇଥିଲା। ଲୋକଙ୍କ ସମସ୍ୟା ର ସମାଧାନ କରିବା ପାଇଁ ସମ୍ବଲପୁର ଏଡିଏମ୍ ପ୍ରତିଶୃତି ମଧ୍ୟ ଦେଇଛନ୍ତି।ସବୁଠୁ ବଡ଼ କଥା ହେଲା ପୂର୍ବରୁ ରହି ଯାଇଥିବା ଅନେକ ସମସ୍ୟା ର ସମାଧାନ ଖୁବ ଶୀଘ୍ର ହେବ ବୋଲି ଏଡିଏମ୍ କହିଛନ୍ତି।ଶିକ୍ଷା,ସ୍ୱାସ୍ଥ୍ୟ,ରାସ୍ତା,ନାଳ ଏବଂ ଅନ୍ୟାନ୍ୟ ମୌଳିକ ସମସ୍ୟା ର ଅଭିଯୋଗ ଶୁଣାଣି ହୋଇଥିଲା।ବିଶେଷ।କରି ରେଙ୍ଗାଲି ରୁ ଠେଲକୋଲୋଇ ପର୍ଯ୍ୟନ୍ତ ରାଜ୍ୟ ରାଜପଥରେ ସର୍ଵଦା କମ୍ପାନୀ ଗୁଡ଼ିକର ଭାରିଯାନ ର ଅବାଧ ପାର୍କିଂଗ ଯୋଗୁ ହେଉଥିବା ଦୁର୍ଘଟଣା ଓ ସମସ୍ୟା ବିଷୟରେ ଲୋକେ ଅଭିଯୋଗ କରିଥିଲେ।ଏନ ଏଲ ସି କଂପାନୀ ରୁ ବାହାରୁଥିବା ଭାରିଯାନ ଗୁଡ଼ିକ ଠେଲକୋଲୋଇ ଯାଇ ସେଠାରୁ ରାସ୍ତା ଅତିକ୍ରମ କରୁଛନ୍ତି ଫଳରେ ନିକଟସ୍ଥ ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।ସେଥିପାଇଁ ଏନ ଏଲ ସି ଗାଡ଼ି ବାହାରୁଥିବା ଛକ ରେ ଅଣ୍ଡର ପାସ ତିଆରି କଲେ କିଛିଟା ସୁବିଧା ହେବ ବୋଲି ଠେଲକୋଲୋଇ ପଞ୍ଚାୟତ ପାସି ଗୁହାରି ଲରିଛନ୍ତି।ରେଙ୍ଗାଲି ଅଂଚଳ ର ଅନେକ ସମସ୍ୟା କୁ ନେଇ ଅଂଚଳ ବାସି ମାନେ ବାରମ୍ବାର ପ୍ରଶାସନ କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକମାନେ ଅଭିଯୋଗ କରିଥିଲେ।କିନ୍ତୁ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଏଡିଏମ୍ କହିଥିଲେ l
Recent Comments