logo
add image
କେପିଏନ ଡିଗ୍ରୀ ମହାବିଦ୍ୟାଳୟ ରେ ସ୍ୱେଚ୍ଛାକୃତ  ରକ୍ତଦାନ ଶିବିରରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ।

କେପିଏନ ଡିଗ୍ରୀ ମହାବିଦ୍ୟାଳୟ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ।

ଖୋର୍ଦ୍ଧା,୨୦/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ୱାଇଁ)ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକର ବାଙ୍କୋଈ ସ୍ଥିତ କାଳୀଚରଣ ପlଞ୍ଚଗଡ ଅନଙ୍ଗ ନରେନ୍ଦ୍ର ଡ଼ିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଉଦ୍ଘାଟନ କରିଥିଲେ ।ସେହିପରି ଏହି ଶିବିରରେ ବିଯୁଜନତାଦଳ ର କ୍ୟାପଟେନ ମନ୍ମଥ ରାଉତରାୟ,ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସରପଞ୍ଚ ରଶ୍ମିତା ରାଉତରାୟ ବଇଁଶିଧର ସାହୁ,ପ୍ରଭାତୀ ରାଉତରାୟ , ଜୟକୃଷ୍ଣ ଫତେସିଂହ ,ଶ୍ରୀକାନ୍ତ ତ୍ରିପାଠୀ ପ୍ରମୁଖ କାର୍ଯ୍ୟରେ ଯୋଗଦାନ କରି ସ୍ଵେଚ୍ଛାକୃତ ରକ୍ତଦାନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ ସହ ଅଧ୍ୟାପକ ପ୍ରଶାନ୍ତ କୁମାର ତ୍ରିପାଠୀ, ସୁକାନ୍ତ କୁମାର ବେହେରା, ସି. ଟି ସ୍କୁଲ ର  ସୁଶାନ୍ତ କୁମାର ସୁବୁଦ୍ଧି, ଯୁବ ଛାତ୍ରଙ୍କ ସକ୍ରୀୟ ସହଯୋଗ କରି କାର୍ଯ୍ୟକ୍ରମକୁ ତ୍ଵରାନିତ କରିଥିଲେ।ଛାତ୍ର ଛାତ୍ରୀ,ଆଞ୍ଚଳିକ ପ୍ରତିନିଧି,କଲେଜ ପ୍ରଶାସନର ଉଦ୍ୟମରେ  ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଖୋର୍ଦ୍ଧା ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ର ସମସ୍ତ ପଦାଧିକାରୀଙ୍କ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି ଶିବିରକୁ ସମାଜସେବୀ ଶୁଭକାନ୍ତ ମହାପାତ୍ର ଓ ସାଗର ବରାଳ ସଂଯୋଜନା କରିଥିଲେ।ବିଧାୟକ ଶ୍ରୀ ସାହୁ କହିବା ଅନୁଯାୟୀ ଏହା ହେଉଛି ମୋର ତୃତୀୟ ଶିବିର ରେ ଆଜିସୁଦ୍ଧା ୧୭୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଆଗାମୀ ଦିନରେ ସମସ୍ତ ୪୦ଗୋଟି ପଞ୍ଚାୟତ  ଓ ବିଭିନ୍ନ ଶିକ୍ଷାନୁଷ୍ଠାନ  ରେ ଶିବିର ଆୟୋଜନ କରାଯାଇ ରକ୍ତାଭାବ ଦୂର କରାଯିବା ସହ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ବେଗୁନିଆ ବୋଲଗଡ଼ ଗଠନ ପାଇଁ ଆହ୍ବାନ ଦେଇଥିଲେ।ପରି ଶେଷରେ ବିଧାୟକ ଶ୍ରୀ ସାହୁ ଆୟୋଜକ ସଂସ୍ଥା ଓ ସମସ୍ତ ରକ୍ତଦାତା ଙ୍କୁ ପ୍ରସଂଶିତ କରିବାସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Recent Comments

Leave Comments

Top