logo
add image
ନାବାଳିକାକୁ ଘରୁ ଉଠାଇ ନେଇ ବଳାତ୍କାର ମାମଲାରେ ୨ ଗିରଫ।

ନାବାଳିକାକୁ ଘରୁ ଉଠାଇ ନେଇ ବଳାତ୍କାର ମାମଲାରେ ୨ ଗିରଫ।

କାକଟପୁର,୨୦/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)କାକଟପୁର ଥାନା ରେ ନୂତ୍ତନ ଭାବେ ଆଇଆଇସି ଉମେଶ ଚନ୍ଦ୍ର ସାହୂ ଯୋଗ ଦେବା ପରେ କାକଟପୁର ପୋଲିସ ଏକ ପ୍ରକାର ସକ୍ରିୟ ହୋଇ ଉଠିଛି, ବିଭିନ୍ନ ମାମଲାରେ ଅଭିଯୁକ୍ତ ମାନଙ୍କୁ ସାବାଡ଼ କରିବାକୁ ଜୋରଦାର ଲାଗି ପଡିଛି,ପୋଲିସର ସୂଚନା ଅନୁଯାଇ କାକଟପୁର ଥାନା ଅଧିନସ୍ଥ ମଲାଗୁଆଁ ଗ୍ରାମର ଛଦ୍ମନାମ ମୀରା ବୟସ (୧୪) ଇନଷ୍ଟାଗ୍ରାମ ରୁ ପ୍ରେମ ଓ ଏହାପରେ ଉକ୍ତ ନାବାଳିକାକୁ ମୁଖ୍ୟ ଅଭିଯୁକ୍ତ ତାଳଚେର ବହ୍ଲାର ଅଞ୍ଚଳର ପ୍ରକାଶ ଚନ୍ଦ୍ର ବଳଙ୍କ ପୁଅ ସ୍ମୃତିରଞ୍ଜନ ବଳ ବୟସ (୨୮) ଏବଂ ତାର ସହଯୋଗୀ ଢେଙ୍କାନାଳ ଜିଲ୍ଲା ସାରଙ୍ଗ ଅଞ୍ଚଳର ହେମନ୍ତ କୁମାର ଖୁଣ୍ଟିଆଙ୍କ ପୁଅ ବିଶ୍ୱଜିତ ଖୁଣ୍ଟିଆ ବୟସ (୨୩) ଉକ୍ତ ନାବାଳିକାକୁ ଘରୁ ଉଠାଇ ନେଇ ଭୁବନେଶ୍ୱରର ଏକ ଭଡାଘରେ ରଖିଥିଲେ।ପରେ ମୁଖ୍ୟ ଅଭିଯୁକ୍ତ ସ୍ମୃତିରଞ୍ଜନ ବଳ ୩ ଦିନ ଧରି ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିଆସୁଥିଲେ।ଅପର ପକ୍ଷରେ ମଲାଗୁଆଁ ଗ୍ରାମର ନାବାଳିକାଙ୍କ ପରିବାରର ଅଭିଯୋଗକୁ ଭିତ୍ତିକରି କାକଟପୁର ଥାନା ପୋଲିସ ସହଯୋଗୀ ବିଶ୍ୱଜିତ ଖୁଣ୍ଟିଆଙ୍କ ମୋବାଇଲ ଫୋନ ଟ୍ରାକ କରିବାପରେ ସେମାନେ ଭୁବନେଶ୍ୱରରେ ରହୁଥିବା ଜାଣିବାକୁ ପାଇବା ପରେ ସେମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା।ଆଜି କାକଟପୁର ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଥାନା କେଶ ନମ୍ବର ୨୨୯/୨୪ ଦଫା ୧୩୭(୨)/୮୭/୬୪(୨ଏମ)/୬୫(୧)/୩(୫) ବିଏନଏସ -୨୦୨୩ ସେକ୍ସନ ୬ ପୋକ୍ସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପୁରୀ ନିଆଯାଇଥିବା ତଦନ୍ତକାରୀ ଅଧିକାରୀ ପ୍ରିୟଦର୍ଶିନୀ ବରାଳ ସୂଚନା ଦେଇଛନ୍ତି l
 

Recent Comments

Leave Comments

Top