logo
add image
ଜନତା ହାଇସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।

ଜନତା ହାଇସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।

ବରଗଡ଼,୨୧/୧୧/୨୦୨୪(ଆଧାର ମିଡ଼ିଆ)ଶିଶୁ ମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ସରକାରୀ ହାଇସ୍କୁଲରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ବିଦ୍ଯଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ ମହାନ୍ତ ଯୋଗ ଦେଇ ଉଦଘାଟନ କରିଥିଲେ।ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଂଜୟ ଖମାରୀ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଚଳିତ ବର୍ଷର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ଦ୍ବାରା ଶିଶୁମାନଙ୍କ ଅନ୍ତର୍ନିହିତ ବୈଜ୍ଞାନିକ ପ୍ରତିଭାର ବିକଶିତ ହୋଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାନ୍ତ ମତ ବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥିଙ୍କ ଗହଣରେ ବିଦ୍ୟାଳୟର ମାନକ କ୍ଲବ,ହୋମି ଭାବା ବିଜ୍ଞାନ କ୍ଲବ,ସିଭି ରମଣ ବିଜ୍ଞାନ କ୍ଲବ,ଗଣିତ କ୍ଲବର ସଦସ୍ୟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକଳ୍ପ ପରିଦର୍ଶନ କରିଥିଲେ।ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ପ୍ରତିଯୋଗୀ ଅମ୍ବାଭୋନା ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ।ଶିକ୍ଷକ ତେଜରାମ ସା, ବୋଧରାମ ବିଶ୍ବାଳ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷକ ସଞ୍ଜୟ ଖମାରୀ,ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ,କ୍ରୀଡ଼ା ଶିକ୍ଷକ ଜ୍ଯୋତିଶ୍ଚନ୍ଦ୍ର ପଧାନ,ସୁବାସ ଚନ୍ଦ୍ର ଖମାରୀ,ଅମୂଲ୍ୟ ଭୋଇ,ପଦ୍ମଲୋଚନ ବିଶି,ଅଶୋକ ଦାସ,ଶିକ୍ଷୟିତ୍ରୀ ଅନିତା ପଧାନ,ରାଜକୁମାରୀ ଭୁଏ, ସରିତା ପଟେଲ ଏବଂ ପୁଷ୍ପାଞ୍ଜଳି ପ୍ରଧାନ ଶିଶୁ ବୈଜ୍ଞାନିକମାନଙ୍କୁ ଉତ୍ସାହିତ  କରିଥିଲେ।ଶେଷରେ ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
 

Recent Comments

Leave Comments

Top