logo
add image
ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ପାଇଥିବା ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା।

ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ପାଇଥିବା ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା।

କଣିହାଁ,୨୧/୧୧/୨୦୨୪(ଆଧାର ମିଡ଼ିଆ)ବ୍ଲକ ପବିତ୍ରନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଲେସଲି ସାହୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତାର ସ୍ଲୋଗାନ ଲିଖନରେ ପ୍ରଥମ ସ୍ଥାନ ପ୍ରାପ୍ତ କରି ପୁରସ୍କୃତ ହୋଇଥିବା ବେଳେ ଗୁରୁବାର ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଅଧ୍ୟକ୍ଷ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇ ଲେସଲି ଙ୍କୁ ବୃକ୍ଷ ଓ ଉପହାର ପ୍ରଦାନ କରିଥିଲେ।ଏହି ଅବସରରେ ସାଂସଦ ଓ ବିଧାୟକ ରାଜ୍ୟ ସ୍ତରରେ ଲେସଲିଙ୍କ ସଫଳତା ପାଇଁ ତାଙ୍କ ଉଚ୍ଚ ପ୍ରଶଂସା କରିବା ସହିତ ଏହା ବିଦ୍ୟାଳୟ ପାଇଁ ଗର୍ବ ଓ ଏକ ସ୍ବତନ୍ତ୍ର ପରିଚୟ ବୋଲି କହିଥିଲେ।ଏଥିରେ ସମସ୍ତେ ଉତ୍ସାହିତ ହେବା ସହିତ ନିଜ ମଧ୍ୟରେ ଥିବା ପ୍ରତିଭାକୁ ପ୍ରତିପାଦନ କରିବା ପାଇଁ ଆହ୍ବାନ କରିଥିଲେ।ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ମଧ୍ୟ ଲେସଲି ଙ୍କୁ ଶୁଭେଚ୍ଛା ଜଣାଇଥିଲେ।
 

Recent Comments

Leave Comments

Top