ଖୋର୍ଦ୍ଧା,୨୧/୧୧(ଆଧାର ମିଡ଼ିଆ/ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ) ଚଳିତ ମାସ ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ଠାରେ ହୋଇଥିବା ଉପକନିଷ୍ଠ ଜାତୀୟ ପତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାକୁ ୫ ସ୍ଵର୍ଣ ଓ ୧୯ ପଦକ ମିଳିପାରିଛି।ଏହି ପ୍ରତିଯୋଗିତାରେ ସମୁଦାୟ ୫୮୪ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୬ଜଣ ଅଂଶ ଗ୍ରହଣ କରିଥିଲେ। କୋଚ ଦୀପକ କୁମାର ସାମନ୍ତରା ଓ ଅରବିନ୍ଦ ବାରିକଙ୍କ ଦ୍ୱାରା ପ୍ରଶିକ୍ଷିତ ଖେଳାଳୀ ମାନଙ୍କୁ ୫ଟି ସ୍ଵର୍ଣ,୩ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ମିଳିପାରିଛି।ଏହି ପ୍ରତିଯୋଗିତାରେ ସ୍ଵର୍ଣ ପଦକ ହାସଲ କରିଥିବା ଖେଳାଳୀ ଶାତଭିକ ଜାଲ୍ଲୀ,ଆଦିତ୍ୟରାଜ ପ୍ରଧାନ,ଅନନ୍ୟା ସାହୁ,ଆଦିତି ମହାନ୍ତି ଓ କୃତି ଦୀପନ ବଳବନ୍ତରାୟ ନିଜ ବର୍ଗ ଅନୁଯାୟୀ ଦିଲ୍ଲୀଠାରେ ଜାତୀୟ ପ୍ରରିଯୋଗୀତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ବୋଲି କୋଚ ଦୀପକ କୁମାର ସାମନ୍ତରା ପ୍ରକାଶ କରିଛନ୍ତି।ଏହି ସଫଳତା ପାଇଁ ଅଭିଭାବକ, କ୍ରୀଡାପ୍ରେମୀ,ସ୍ଥାନୀୟ ବୁଦ୍ଧିଜୀବୀ,ରାଜ୍ୟ କରାଟେ ସଙ୍ଘର ସଭାପତି ହାନସୀ ଡ଼ଃ ହରିପ୍ରସାଦ ପଟ୍ଟନାୟକ ଓ ସମ୍ପାଦକ ଗୌରୀ ମହାନ୍ତି ପ୍ରରିଯୋଗୀମାନଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।
Recent Comments