ଭବାନୀପାଟଣା,୨୨/୧୧/୨୪(ଆଧାର ମିଡ଼ିଆ//ରିପୋର୍ଟ - ସାରଦା ପ୍ରସାଦ ମହାନ୍ତି)ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ,ଜାଗୃତି ଦ୍ଵାରା କଳାହାଣ୍ଡି ଜିଲ୍ଲା ର ୫୦ ଗୋଟି ଗ୍ରାମରେ ପରିବେଶ ସୁରକ୍ଷା ଉପରେ ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।"ପରି" ନାମରେ ନାମିତ ଏହି ସଚେତନଧର୍ମୀ କାର୍ଯ୍ୟକ୍ରମର ମୌଳିକ ଲକ୍ଷ୍ୟ ଉଦ୍ୟଶ ଉପରେ ପଥପ୍ରାନ୍ତ ସଭା ମାଧ୍ୟମରେ ଜନସାଧରଣଙ୍କୁ ପରିବେଶର ସୁରକ୍ଷ୍ୟାର ବାର୍ତ୍ତା ପ୍ରଦାନ କରାଯାଇଥିଲା।ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଲୋକମାନଙ୍କୁ ପରିବେଶ ପ୍ରଦୂଷଣ ଉପରେ ସଚେତନ କରାଯାଇଥିଲା।ଯେପରିକି ଗ୍ରାମ ବାସୀ ମାନଙ୍କ ଦ୍ଵାରା ନାଟକ ପରିବେଷଣ, ଅଧିବେଶନ,ପଥପ୍ରାନ୍ତ ନାଟକ ଏବଂ ସମସ୍ତ ସରକାରୀ ଅଧିକାରୀଙ୍କ ସହ ସଚେତନତା ଅଧିବେଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମରେ ପରିବେଶ ସୁରକ୍ଷା ଜନିତ ନୁକ୍କଡ ନାଟକ ଦ୍ଵାରା ପରିବେଶ କୁ କିପରି ସୁରକ୍ଷିତ ରଖିବା ତାହା ଉପରେ ସ୍ଥାନୀୟ ଜନସାାରଣଙ୍କୁ ସଚେତନତା କରାଯାଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଘରୋଇ ପ୍ରଦୂଷଣକୁ କିପରି କମ୍କରିବା,ଶୁଖିଲା ଏବଂ ଓଦା ଅଳିଆ କୁ ଅଲଗା କରି ରଖିବା ଓ ପ୍ଲାଷ୍ଟିକ ଜିନିଷ ର ଯେତେ ସମ୍ଭବ କମ୍ ବ୍ୟବହାର କରିବା। ଉକ୍ତ କାର୍ଯ୍ୟକ୍ରମ ଶେଷରେ ଲୋକ ମାନଙ୍କୁ ଅଧିକ ଆକର୍ଷିତ ଏବଂ ଭଲ ଭାବରେ ସେମାନେ କିପରି ପରିବେଶ ଉପରେ ଜାଣିବେ ସେଥିପାଇଁ ପାଞ୍ଚଗୋଟି ପ୍ରଶ୍ନ ପଚରା ଯାଇଥିଲା ଏବଂ ସଠିକ୍ ପାଞ୍ଚ ଉତ୍ତର ଦାତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜିକା ବର୍ଷା ରାଣୀ ଦାଶଙ୍କ ସମେତ ମମତା ର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
Recent Comments