logo
add image
ଜ୍ୟେଷ୍ଠବଣ୍ଡକି ହତ୍ୟା ଘଟଣା,ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ।

ଜ୍ୟେଷ୍ଠବଣ୍ଡକି ହତ୍ୟା ଘଟଣା,ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ।

ବୌଦ୍ଧ,୨୨/୧୧/୨୦୨୪(ଆଧାର ମିଡ଼ିଆ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ  ଲମ୍ବସରୀ ପଞ୍ଚାୟତ ର ବେହେରାପଡା ଗ୍ରାମର ଜ୍ୟେଷ୍ଠ ବଣ୍ଡକିକୁ ଅତି ଅମାନୁଷିକ ଭାବେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର କିଛି ପୁଲିସ କର୍ମଚାରୀ ହତ୍ୟା କରିଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଆସୁଛନ୍ତି।ଏହି ଘଟଣାରେ ଦୋଷୀ ପୁଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ  ଆମ୍ବେଦକର ଦଳିତ ସମାଜ ବିକାଶ ପରିଷଦ ଓ ପରିବାର ବର୍ଗ ପକ୍ଷରୁ ତୁରନ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରି ଶୁକବ୍ରାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଗାରେ ଆମରଣ ଅନଶନ ରେ ବସିଛନ୍ତି।ଶୀତ କାକରରେ ଆନ୍ଦୋଳନକାରୀ  ମାନେ ବସିରିହିଥିବା ବେଳେ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ସେମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି।କିନ୍ତୁ ଆନ୍ଦୋଳନକାରୀ ମାନେ ହତ୍ୟା ରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପର୍ଯ୍ୟନ୍ତ ଅନଶନରୁ ଓହରିବୁ ନାହିଁ ବୋଲି ନିଜ ଜିଦରେ ଅଟଳ ଅଛନ୍ତି।
 

Recent Comments

Leave Comments

Top