logo
add image
ଜ଼ିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ।

ଜ଼ିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ।

ଦେବଗଡ଼/୩୦/ ୧୨/୨୦୨୪/( ଆଧାର ମିଡିଆ// ରିପୋର୍ଟ-ପ୍ରତାପ କିଶୋର ନାୟକ)-ଜ଼ିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜ଼ିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକଙ୍କ ଆବାହନ କ୍ରମେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ କୁମାର ଚପରଦାର, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ତହସିଲଦାର କର୍ଣ୍ଣମଲ୍ଲିକ, ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦ ସିଂ, ସାମ୍ବାଦିକ ସିଦ୍ଧାର୍ଥ ଗୁରୁ, ସତ୍ୟ ନାରାୟଣ ମିଶ୍ର, ଏକ୍ସସାଇଜ ଅଧିକ୍ଷକ ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ରହି ଦୁର୍ଘଟଣା ଏଡାଇବା ପାଇଁ ବିଭିନ୍ନ ସ୍ଥାନରେ ସଚେ ତନତା ମୂଳକ ହୁଡ଼ିଙ୍ଗ ନିର୍ମାଣ, ଯାନ ବାହାନ ଯାଞ୍ଚ, ରାସ୍ତା ଘାଟର ଉନ୍ନତି କରଣ ଓ ମରାମତି ସମେତ ଆବଶ୍ୟକ ସ୍ଥଳରେ ସ୍ପିଡି ବ୍ରେକର ନିର୍ମାଣ ଉପରେ ଆଲୋକପାତ କରାଯାଇଥିଲା।

Recent Comments

Leave Comments

Top