logo
add image
ନୀଳଚକ୍ର ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ନୀଳଚକ୍ର ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ବୌଦ୍ଧ,୧୪/୧୨/୨୦୨୪(ଆଧାର ମିଡ଼ିଆ) ଆଜି ହୋଟେଲ ପାରିଜାତ ପେଲେସ୍ ରେ ନୀଳଚକ୍ର ସାହିତ୍ଯ ସଂସଦର ଷଷ୍ଠ ବାର୍ଷିକ ଉତ୍ସବରେ ଡ.ସଂଜୟ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଡ.ପ୍ରଦୀପ କୁମାର ପଣ୍ଡା,ପ୍ରଫେସର,ଭୀମଭୋଇ ଚେୟାର,ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଡ.ସଂଜୟ କୁମାର ମିଶ୍ର,ମୁଖ୍ଯ ବକ୍ତା ଡ.ଅଶୋକ କୁମାର ପଣ୍ଡା ଓ ବିଘ୍ନେଶ୍ୱର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ମୁଖ୍ଯ ଅତିଥିଙ୍କ କରକମଳରେ ଲୋକାର୍ପିତ ହେଲା ଡ.ସଂଜୟ କୁମାର ପଣ୍ଡାଙ୍କ ରଚିତ "ସାହିତ୍ଯମର୍ମ ଓ ମର୍ମାନ୍ତର" ପ୍ରବନ୍ଧପୁସ୍ତକ, ବୌଦ୍ଧଚକ୍ର, ତ୍ରୈମାସିକସାହିତ୍ଯପତ୍ରିକା ଓ ଦେବେନ୍ଦ୍ରମିଶ୍ରଙ୍କ ରଚିତ କବିତା କିରଣ ପୁସ୍ତକ।ରାଜ୍ୟରବିଭିନ୍ନ ପ୍ରାନ୍ତରର ଅନେକ ସାରସ୍ବତ ସାଧକଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ  ଦିଲ୍ଲୀପ କୁମାର  ମହାନ୍ତି ଅତିଥି ନିମନ୍ତ୍ରଣ  ଓ ସମ୍ପାଦକୀୀ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ସତ୍ଯ ନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ ଓ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର କର୍ଣ୍ଣ  ଧନ୍ୟବାଦ ଅର୍ପଣ କରିଥିଲେ।ଦ୍ବିତୀୟ ଅଧିବେଶନ କବିତା ପାଠୋତ୍ସବରେ ଅନୁଷ୍ଠାନର ଉପଦେଷ୍ଟା ଚିତ୍ତରଞ୍ଜନ ଦାଶଙ୍କ  ସଭପତିତ୍ବରେ ବିଶିଷ୍ଟ କବି ସୁଶାନ୍ତ ଦାଶ,ମୁଖ୍ଯ ଅତିଥି, ଦୁଖିଶ୍ଯାମ ବେହେରା,ସମୀକ୍ଷକ  ଓ ଚନ୍ଦ୍ରମୋହନ ମହାପାତ୍ର, ରବୀନ୍ଦ୍ରବିହାରୀ,ରମେଶଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲକୁମାରମହାପାତ୍ର, ଇଂ.ବିଜୟ ଚନ୍ଦ୍ରମିଶ୍ର ଆଦି ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ।ସତ୍ଯ ନାରାୟଣ ସାହୁ ଓ ସନ୍ତୋଷ କୁମାର କର୍ଣ୍ଣ  ସଂଯୋଜନା କରିଥିଲେ।ଅନ୍ୟୁନ୍ଯ ୭୦ଜଣ କବି କବିତା ପାଠ କରିଥିବା ବେଳେ ଶତାଧିକ ଶ୍ରୋତା ଉପସ୍ଥିତ ଥିଲେ।
 

Recent Comments

Leave Comments

Top