logo
add image
ନାବାଳିକା ଉଦ୍ଧାର,୧ ଗିରଫ।

ନାବାଳିକା ଉଦ୍ଧାର,୧ ଗିରଫ।

କାକଟପୁର,୨୦/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ) କାକଟପୁର ଥାନା ପୋଲିସର ସୂଚନା ଅନୁଯାୟୀ କାକଟପୁର ଅଞ୍ଚଳର ଛଦ୍ମନାମ ଅମ୍ବିକା ବୟସ (୧୭) ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ସୁମନ୍ତ ସାହୁ(୨୩)ଙ୍କ ସହିତ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଏହାପରେ ଉକ୍ତ ନାବାଳିକାକୁ ଅଭିଯୁକ୍ତ ସୁମନ୍ତ ସେପ୍ଟେମ୍ବର ୮ ତାରିଖରୁ ବେଗୁନିଆରେ ଥିବା ତାର ଭିଣେଇ ଘରେ ରଖି ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିଥିଲା।ଝିଅର ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ କାକଟପୁର ଥାନା ସବ-ଇନ୍ସପେକ୍ଟର ପ୍ରିୟଦର୍ଶିନୀ ବରାଳ ନାବାଳିକା ମୋବାଇଲ ଫୋନ ଟ୍ରାକ କରି ସଦଳବଳେ ଗତ ୨୩ ତାରିଖରେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ସୁମନ୍ତ ସାହୁ କୁ ଗିରଫ କରି ଥାନାକୁ ଆଣିଥିଲେ l ଏ ସଂକ୍ରାନ୍ତରେ ଥାନା କେଶ ନମ୍ବର ୨୨୭/୨୪ ଦଫା ୧୩୭(୨) ବି/୮୭/୬୪(୨ଏମ) ବିଏନଏସ -୨୦୨୩ ସେକ୍ସନ ୬ ପୋକ୍ସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପୁରୀ ନିଆଯାଇଥିବା ତଦନ୍ତକାରୀ ଅଧିକାରୀ ପ୍ରିୟଦର୍ଶିନୀ ବରାଳ ସୂଚନା ଦେଇଛନ୍ତି l

Recent Comments

Leave Comments

Top