କାକଟପୁର,୨୬/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ତୁଷାର ଦୀକ୍ଷିତ)ଗତ ସୋମବାର ଦିନ ୨ ଘଟିକା ସମୟରେ ଶିକ୍ଷକ ସଞ୍ଜୟ ନାୟକ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଥମେ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା|ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା।ସୂଚନା ଅନୁଯାଇ ଶିକ୍ଷକ ସ୍ବର୍ଗତ ନାୟକ ତାଙ୍କ ମଟର ସାଇକେଲ ନମ୍ବର OR05Y7641 ଯୋଗେ କଲେଜ ଛକରେ ଥିବା ନିଜ ଭଡ଼ାଘରକୁ ଫେରୁଥିବା ସମୟରେ ବ୍ଲକ ଛକ ଠାରେ ଏକ ଟାଟା ଏସି ଗାଡି ତାଙ୍କୁ ବାଡ଼େଇ ଦେଇ ଦ୍ରୁତ ଗତିରେ ଚାଲିଯାଇଥିଲା,ଛଟ ପଟ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥଲେ ପାଖରେ ଲୋକମାନେ ମିଶି ତାଙ୍କୁ ମେଡିକାଲ ନେଇ ଯାଇଥିଲେ ଖବର ପାଇ ପରିବାର ଲୋକେ ଚିକିତ୍ସା ପାଇଁ ମେଡିକାଲ ନେଇଯାଇଥିଲେ,ଶେଷରେ ମୃତ୍ୟୁ ନିକଟରେ ସେ ହାର ମାନି ଯାଇଥିଲେ ଏହି ଖବର ପ୍ରଚାରିତ ହେବା କ୍ଷଣି ସାରା କାକଟପୁର ସ୍ତବ୍ଧ ହୋଇ ଯାଇଥିଲା,ବିଭିନ୍ନ ଅନୁଷ୍ଠାନ ରେ ସେ ଓତଃ ପ୍ରତଃ ଭାବେ ନିଜକୁ ସାମିଲ କରନ୍ତି,ସେ ଗାଁ ର ଅଷ୍ଟପ୍ରହରୀ ହେଉ ବା କାକଟପୁର ରେ ମଙ୍ଗଳା ନାଟ୍ୟ ପରିଷଦ,କି ମଙ୍ଗଳା ମହୋତ୍ସବ ହେଉ ସବୁଥିରେ ତାଙ୍କର ଉପସ୍ଥିତ କୁ ସେ ଜାହିର କରି ଥାନ୍ତି, ସେଥିପାଇଁ ତ ସେ ସମସ୍ତଙ୍କର ଅତି ଆପଣାର ଓ ପ୍ରିୟ ସଞ୍ଜୟ ସାର ହଟାତ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆତ୍ମୀୟ ସୋଜ୍ଜନ ଓ ଶିକ୍ଷକ ସହପାଠୀ ମାନଙ୍କ ମନରେ ଏକ ଶିହରଣ ଖେଳି ଯାଇଥିଲା, ମେଡିକାଲ ରୁ ତାଙ୍କ ପାର୍ଥିବ ଶରୀର କାକଟପୁର ନିକଟସ୍ଥ ସୋମନାଥପୁର ଛକରେ ପହଞ୍ଚିଲା ପରେ କାକଟପୁର ବ୍ଲକ ଶିକ୍ଷା ଅଧିକାରୀ ଦିଲ୍ଲୀପ ଜେନା,ଶିକ୍ଷକ ନେତା ମୁନିର ଅହମଦ ଖାଁ, ବିଷ୍ନୁଚରଣ ମହାନ୍ତି,ରକ୍ଷକ ସ୍ୱାଇଁ,ହୃଦାନନ୍ଦ ସାସମଲ,ବିଶ୍ୱଜିତ ସ୍ୱାଇଁ,ବାବାଜୀ ଗୋଛାୟତ,ହେମନ୍ତ କୁମାର ସାହୁ,ଚିତ୍ତରଞ୍ଜନ ମିଶ୍ର, ଶିବପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ ସହକର୍ମୀ ମାନେ ତାଙ୍କୁ ଏକ ବିରାଟ ପଟୁଆରରେ ଶିକ୍ଷା ବିଭାଗ କାର୍ଯ୍ୟାଳୟକୁ ଆଣିବା ପରେ ସେଠାରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମୃତ୍ୟୁ କାଳୀନ ସହାୟତା ରାଶି ଦଶ ହଜାର ଟଙ୍କା ତାଙ୍କ ପରିବାରକୁ ପ୍ରଦାନ କରିଥିଲେ।ପରେ ତାଙ୍କ ନିଜ ଗ୍ରାମ ରାଇସକୁ ନିଆଯିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ସ୍ବର୍ଗତ ନାୟକ ଜଣେ ମିଷ୍ଟାଭାଷୀ, ଛାତ୍ରବତ୍ସଳ,ପରୋପକାରୀ ଓ ସ୍ପଷ୍ଟବାଦୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ।ଏକମାତ୍ର ପୁତ୍ର ସାଇ ସୌରଭ ଏବଂ ଭଣଜା ଶକ୍ତିପ୍ରସାଦ ମୁଖାଗ୍ନି ଦେଇଥିବାବେଳେ ଶୁଭେଛୁ,ବନ୍ଧୁ ପରିଜନ, ଗ୍ରାମବାସୀ ଏବଂ ସମସ୍ତ ସହକର୍ମୀ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ,ମଙ୍ଗଳା ନାଟ୍ୟ ପରିଷଦ ର ସଭାପତି ଅଶୋକ କୁମାର ଦୀକ୍ଷିତ, ଆଦିତ୍ୟ ମହାନ୍ତି,କମଳ ଲୋଚନ ଦୀକ୍ଷିତ,ଆଦିତ୍ୟ ରାଉତ ପ୍ରମୁଖ ଶେଷ ଦର୍ଶନ କରିଥିଲେ।
Recent Comments