logo
add image
ସଂସ୍କୃତ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦାସଙ୍କ ବିୟୋଗ।

ସଂସ୍କୃତ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦାସଙ୍କ ବିୟୋଗ।

ବଲାଙ୍ଗୀର,୨୫/୧୧/୨୦୨୪(ଆଧାର ମିଡ଼ିଆ)ସ୍ଥାନୀୟ ନବଜୀବନ ବିଦ୍ୟାପୀଠର ଅବସରପ୍ରାପ୍ତ ଶାସ୍ତ୍ରୀୟ ଶିକ୍ଷିକା ସନ୍ଧ୍ୟାରାଣୀ ଦାସ(୬୫)ଙ୍କର ସୋମବାର ସକାଳେ ରାଜେନ୍ଦ୍ର କଲେଜ ପାଖ ନିଜ ବାସଭବନରେ ପରଲୋକ ହୋଇଯାଇଛି।ସେ କିଛିକାଳ ଅସୁସ୍ଥ ଥିଲେ।ମୃତ୍ୟୁଶଯ୍ୟା ନିକଟରେ ଜ୍ୟୋଷ୍ଠକନ୍ୟା ସାମ୍ରାଜ୍ଞୀ ଐଶ୍ବର୍ଯ୍ଯା, ତାଙ୍କ ସ୍ବାମୀ ତମାଲ,ସନ୍ଧ୍ୟାଦିଦିଙ୍କ ଅନ୍ୟ ଦୁଇ କନ୍ୟା ସାମ୍ରାଜ୍ଞୀ ସୌନ୍ଦର୍ଯ୍ୟା ଓ ଅଦ୍ବିତୀୟା, ତିନିଭାଇ ପ୍ରଭାତ,ପ୍ରଦୋଷ ଓ ଶିବାନନ୍ଦ, ଭାଉଜ ସାଧନା,ସାନଭଉଣୀ ନିବେଦିତା ଓ ଭଉଣୀଜ୍ବାଇଁ ଅଧ୍ୟାପକ ପ୍ରସନ୍ନ ସରକାର,ଝିଆରୀ ପିୟାଲୀ,ପୁତୁରା ଅରୋସିକ ତଥା ବହୁ ଆତ୍ମୀୟସ୍ଵଜନ ବନ୍ଧୁପରିଜନ ଉପସ୍ଥିତ ଥିଲେ।ନବଜୀବନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କିଶୋର ବାଗ ଓ ଓ ଏହି ଅନୁଷ୍ଠାନର ବହୁ ପୁରାତନ ଛାତ୍ରଛାତ୍ରୀ ତାଙ୍କ ମରଶରୀରରେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଛାତ୍ରାବସ୍ଥାରେ ରାଜେନ୍ଦ୍ର କଲେଜ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଏକଦା ମହିଳା ଚାମ୍ପିଅନ ହୋଇଥିବା ସନ୍ଧ୍ୟାରାଣୀ ୧୯୮୧ରେ ସମ୍ବଲପୁର ଜିଏମ କଲେଜରୁ ସଂସ୍କୃତରେ ଏମ୍ ଏ ପାଶ କଲାପରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସାହିତ୍ୟାଚାର୍ଯ୍ୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଇତିହାସରେ ଏମଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।ପ୍ରଥମେ ଅଳ୍ପକାଳ ବଙ୍ଗୋମୁଣ୍ଡାରେ ଶିକ୍ଷକତା କରିଥିଲେ।୧୯୮୨ରୁ ୩୭ ବର୍ଷ ନବଜୀବନ ବିଦ୍ୟାପୀଠରେ ଶିକ୍ଷକତା କରି ୨୦୧୯ରେ ଅବସର ନେଇଥିଲେ।ତାଙ୍କ ପତି ତଥା ଯୋଗାଣ ବିଭାଗର ଅବସରପ୍ରାପ୍ତ ଏସିଏସଓ ସୁଖେନ୍ଦୁନାଥ ମିତ୍ରଙ୍କର ୨୦୨୦ରେ ପରଲୋକ ହୋଇଥିଲା।ସୂଚନାଯୋଗ୍ଯ,ସ୍ବର୍ଗତା ସନ୍ଧ୍ୟାରାଣୀ,ରାଜେନ୍ଦ୍ର କଲେଜର ପ୍ରାକ୍ତନ ଗ୍ରନ୍ଥପାଳ ସ୍ବର୍ଗତ ଡ.ରାଧାଗୋବିନ୍ଦ ଦାସଙ୍କର ଦ୍ବିତୀୟା କନ୍ୟା।

Recent Comments

Leave Comments

Top