logo
add image
କୁମାରବସ୍ତ ଲୋକନାଥ କ୍ରିକେଟ୍,ଗୁରୁଜଙ୍ଗ ଓ ପାନବରଜ ବିଜୟୀ।

କୁମାରବସ୍ତ ଲୋକନାଥ କ୍ରିକେଟ୍,ଗୁରୁଜଙ୍ଗ ଓ ପାନବରଜ ବିଜୟୀ।

ଖୋର୍ଦ୍ଧା,୨୭/୧୧/୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ରାଉଜିଂଷ୍ଟାର କ୍ରିକେଟ୍ କ୍ଳବ ଆନୁକୁଲ୍ୟରେ ଲୋକନାଥ ଦେବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୁମାରାବସ୍ତ ଖେଳପଡିଆ ର ଆଜି ଚତୁର୍ଥ ଦିବସରେ ପ୍ରଥମ ମ୍ୟାଚ୍ ରେ ଗୁରୁଜଙ୍ଗ କ୍ରିକେଟ୍ କ୍ଳବ୍ ଗଙ୍ଗପଡ଼ା କ୍ରିକେଟ୍ କ୍ଳବ୍ କୁ ୭ ୱିକେଟ୍ ରେ ପରାସ୍ତ କରିଛି।ପ୍ରଥମେ ବ୍ୟାଟିଂ କରି ଗଙ୍ଗପଡ଼ା ଦଳ ୧୫ ଓଭର ରେ ୧୪୪ ରନ କରିଥିଲେ।ଦଳ ତରଫରୁ ଦିଲ୍ଲୀପ ୭୦ ରନ କରିଥିଲେ।ଜବାବରେ ୧୩ ଓଭରରେ ୧୪୯ ରନ ମହାଦୀପ ମହାପ୍ରସାଦ ରଥ ଙ୍କ ୬୩ ରନ ବଳରେ ସଂଗ୍ରହ କରିନେଇଥିଲେ।ଏହି ମ୍ୟାଚ୍ କୁ ଗୁରୁଜଙ୍ଗ ଦଳ ୭ ୱିକେଟ୍ ରେ ଜିତି ନେଇଥିଲେ।ଦ୍ଵିତୀୟ ମ୍ୟାଚରେ ପାନବରଜ କ୍ଳବ୍ ପାତ୍ରପଡା ଦଳକୁ ୭ ୱିକେଟ୍ ରେ ପରାସ୍ତ କରିଛି।ଦ୍ଵିତୀୟ ମ୍ୟାଚ୍ ରେ ପାତ୍ରପଡ଼ା ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୧୫ ଓଭର ରେ ନୱାଦ ତାକିବ ଙ୍କ ୫୩ ରନ ସହାୟତାରେ ୯୪ ରନ କରିଥିଲେ। ଜବାବରେ ପାନବରଜ ଦଳ ଦଳ କରନ୍ ଦୀପ ୨୭ ରନ ସହାୟତାରେ ୧୪.୧ ବଲ୍ ରେ ୩ ୱିକେଟ୍ ହରାଇ ୯୫ ରନ ସଂଗ୍ରହ କରି ଏହି ମ୍ୟାଚ୍ କୁ ୭ ୱିକେଟ୍ ରେ ଜିତି ନେଇଥିଲେ।ଅତିଥି ଅକ୍ଷୟ ବଳିଆର ସିଂହ ପ୍ରଥମ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ରୂପେ ମହାଦୀପ ମହାପ୍ରସାଦ ରଥ ଙ୍କୁ ଏବଂ ଦ୍ଵିତୀୟ ମ୍ୟାଚ୍ ରେ ଜିତେନ୍ଦ୍ର ସ୍ୱାଇଁ ଶ୍ରେଷ୍ଠ ଖେଳାଳି ଭାବେ କରନ ଦୀପ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଖେଳକୁ ସୋଭାକର ପାତ୍ର,ଛବି ନାରାୟଣ ସାହୁ,ଦେବାଶିଷ ବଳିଆରସିଂ ଓ ସୁବ୍ରତ ପାଟସାହାଣୀ ଓ ବନବିହାରୀ ସ୍ୱାଇଁ ପରିଚାଳନା କରିଥିଲେ, ପ୍ରିତିରଞ୍ଜନ ବିଜୟସିଂ ଏବଂ କାଜଲ ବଳିଆର ସିଂହ ମ୍ୟାଚ୍ ରେଫରୀ,ସ୍କୋରର ଭାବେ ରଂଜନ ବରାଳ, ଶ୍ରଧାକର ପାତ୍ର ଓ ଅମ୍ଳାନ ରାଉତରାୟ ଥିଲେ।ସଂଯୋଜକ ଭାବେ ବନବିହାରୀ ସ୍ୱାଇଁ ଏବଂ ଅବ୍ୟକ୍ତ ହରିହର ଖାଡଙ୍ଗା କାର୍ଯ କରିଥିଲେ।୨୮/୧୧/୨୪ ଗୁରୁବାର ଦିନ ପ୍ରଥମ ମ୍ୟାଚ୍ ମୁକୁନ୍ଦ ପ୍ରସାଦ ବନାମ ଅଠାରଙ୍ଗ ଏବଂ ଦ୍ଵିତୀୟ ମ୍ୟାଚ୍ ପ୍ରଥମ ମ୍ୟାଚ୍ ର ବିଜେତା ବନାମ ଯାଆଁଳା ମଧ୍ୟରେ ହେବ ଓ ତୃତୀୟ ମ୍ୟାଚ୍ ଯଦୁପୁର ବନାମ ବ୍ୟେଦେଶ୍ୱର୍ ମଧ୍ୟରେ ହେବ ବୋଲି ଦୁର୍ଯ୍ୟୋଧନ ପରିଡ଼ା ଜଣାଇଛନ୍ତି।

Recent Comments

Leave Comments

Top