ଖୋର୍ଦ୍ଧା,୨୯/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ପୂର୍ବତନ ଅଧ୍ୟକ୍ଷ,ବିଶିଷ୍ଠ ସମାଜସେବୀ ତଥା ବିଜୁ ଜନତା ଦଳର ଟାଣୁଆ ନେତା ସ୍ୱର୍ଗତ ସୀତାକାନ୍ତ ବିଧାର ମହାପାତ୍ରଙ୍କ ୭ମ ସ୍ମୃତିଚାରଣ ସଭା ନିଜ ଜନ୍ମସ୍ଥାନ ବୋଲଗଡ ନିକଟସ୍ଥ ଘୋରଡ଼ିଆଠାରେ ଅନୁଷ୍ଠିତ ହୋଇଛି।ଏଥିରେ ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ମହାପାତ୍ର କିଭଳି ଭାବେ ୧୯୯୦ ମସିହାରେ ଓଡିଶାର ଉପକୂଳ ଜିଲ୍ଲାମାନଙ୍କରେ ଡାକାୟତି କରି ଆତଙ୍କ ଚଳାଇଥିବା ୧୩ଜଣ ଦୁର୍ଦାନ୍ତ ଡାକାୟତଙ୍କୁ ବୋଲଗଡ ଥାନା ପରିସରରେ ତତ୍ କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ନିକଟରେ ଆତ୍ମସମର୍ପଣ କରାଇଥିବା ଘଟଣାକୁ ସ୍ମୃତିସଭାରେ ଉପସ୍ଥାପନ କରିଥିଲେ।ସ୍ୱର୍ଗତ ବିଧାର ମହାପାତ୍ର ବିଶିଷ୍ଟ ଜମିଦାର ହୋଇଥିଲେ ମଧ୍ୟ ଜନସାଧାରଣଙ୍କ ସେବାରେ ନିଜର ଜମିବାଡି ବିକ୍ରି କରି ଦରିଦ୍ର, ଗୋତି ଓ ଗରିବ ଲୋକମାନଙ୍କପାଇଁ ନିଜକୁ ଉତ୍ସର୍ଗିକୃତ କରିଥିଲେ। ବିଜୁ ବାବୁଙ୍କ ସହକର୍ମି ଭାବେ ତତ୍ କାଳୀନ ଜନତା ଦଳ ସମୟରେ ବୋଲଗଡ ଓ ବେଗୁନିଆ ଅଞ୍ଚଳର ଜଣେ ଆଗଧାଡିର ସେନାପତି ଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ପରିଡା, ରାମଚନ୍ଦ୍ର ବାହିନୀପତି,ବାନାମ୍ବର ମାଝୀ,ରସିଦ ଅଲି ଖାନ୍,ନକୁଳ ରାଉତରାୟ, ଦିଲ୍ଲୀପ ଦତ୍ତ,୨୬ ନଂ ଜୋନର ଜିଲ୍ଲାପରିଷଦଙ୍କ ପ୍ରତିନିଧି ଶୁଭେନ୍ଦ୍ର କୁମାର ସାହୁ,ବଡକୁମାରୀ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ବୋଲଗଡ ଏକ୍ସପ୍ରେସ୍ ବ୍ରଜବନ୍ଧୁ ସୁବୁଦ୍ଧି, ଡାବରଧୁଆ ପାଟଣାର ସରପଞ୍ଚ ବିଜୟ କୁମାର ସେଠୀ,ଉମେଶ ମହାପାତ୍ର,ପ୍ରମୁଖ ସହକର୍ମୀ ମାନେ ଯୋଗଦେଇଥିଲେ।ସେହିପରି ବୋଲଗଡ ବରିଷ୍ଠ ନାଗରିକ ମଞ୍ଚର ଗୋପୀନାଥ ଖାଡ଼ଙ୍ଗା,ରଘୁନାଥ ଦଳବେହେରା,ଦିବାକର ପରମଗୁରୁ,ବୈକୁଣ୍ଠ ମହାରଣା,ଲଲାଟେନ୍ଦୁ କେଶରୀ ସିଂ ପ୍ରମୁଖ ବହୁବୁଦ୍ଧିଜୀବୀ ସ୍ମୃତିଚାରଣ କରିଥିଲେ।ପରିଶେଷରେ କନିଷ୍ଠ ପୁତ୍ର ପ୍ରକାଶ ବିଧାର(ଅମୁଲ୍ୟ)ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ଦୁଇପୁତ୍ର ପ୍ରଦୀପ୍ତ ବିଧାର ଓ ପ୍ରତାପ ବିଧାର ଉପସ୍ଥିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Recent Comments