ପଦ୍ମପୁର/ବରଗଡ,୨୯/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ - ବିଦ୍ୟାଧର ସାହୁ)ପଦ୍ମପୁର ଉପଖଣ୍ଡ ଘେଁସ ବନାଞ୍ଚଳରେ ଦୀର୍ଘ ଚାରିଦିନ ହେବ ଜଙ୍ଗଲୀ ହାତୀପଳର ଦୌରାତ୍ମ୍ଯ।ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।ମିଳିଥିବା ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ଘେଁସ ବନାଞ୍ଚଳକୁ ଚାରିଦିନ ପୂର୍ବରୁ ଗୋଟିଏ ହାତୀପଳ ପଶି ଆସିଛନ୍ତି।ସେଥିରେ ୨୮ ରୁ ଅଧିକ ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଲିଛି ଏବଂ ବର୍ତମାନ ହାତୀଛୁଆ ଟି ଜନ୍ମ ହୋଇଥିବା ରୁ ହାତୀ ସଂଖ୍ୟା ୨୯ କୁ ବୃଦ୍ଧି ପାଇଛି।ହାତୀପଳ ଯୋଗୁଁ ଏହି ଅଞ୍ଚଳରେ କୋକୁଆ ଭୟ ଖେଲି ଯାଇଛି।ଲୋକ ମାନେ ଘରୁ ବାହାରିବା ପାଇଁ ମଧ୍ଯ ଅସୁରକ୍ଷିତ ମନେ କରୁଛନ୍ତି।ହାତୀପଳ ଭୟରେ ଗାଁ ଗୁଡିକରେ କର୍ଫ୍ୟୁ ପରିସ୍ଥିତି ସୃଷ୍ଟି ହେଉଛି।ବର୍ତ୍ତମାନ ଏହି ଅଞ୍ଚଳରେ ଧାନ ଫସଲ ଅମଳ ଚାଳିଛି।ହାତୀପଳ କାହାର ଜୀବନ ପ୍ରତି କ୍ଷତି କରି ନ ଥିଲେ ହେଁ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରୁଛନ୍ତି।ବନ ବିଭାଗ ଓ ବିଦ୍ୟୁତ ବିଭାଗର ସ୍ଥାନୀୟ ଅଧିକାରୀ ତଥା ଉଚ୍ଚ ପଦସ୍ଥ ଅଧିକାରୀ ପହଞ୍ଚି ଡ୍ରୋନ ସାହାଯ୍ଯରେ ହାତୀପଳର ଗତିବିଧି ଲକ୍ଷ କରିବା ସହ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ହେଲେ ହାତୀପଳ ଏହି ଅଞ୍ଚଳରେ ରହି ଘୁରି ବୁଲୁଛନ୍ତି।
Recent Comments