କଣିହାଁ,୨୯/୧୧/୨୦୨୪(ଆଧାର ମିଡ଼ିଆ)ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସଭା ଗୃହ ଠାରେ ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ନିଯୁକ୍ତି ମେଳା ବୁଧବାର ଆୟୋଜନ କରାଯାଇଥିଲା କଣିହାଁ ବିଡିଓ ଦେବଦତ୍ତ ପ୍ରଧାନ ଙ୍କ ଅଧକ୍ଷତା ରେ ଏହି ଆୟୋଜନ କରାଯାଇଥିଲା।ଏଥିରେ ଅନୁଗୁଳ ପୃଷ୍ଠପୋଷାକତରେ ସିପେଟ(ସିଏସଟିଏସ) ଭୁବନେଶ୍ୱର ରେ ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ଏନ ଏସ କ୍ୟୁ ଏଫ ନିୟମାବଳୀ ଅନ୍ତର୍ଗତ ଆଭିମୁଖୀ ଦକ୍ଷତା ବିକାଶ ତାଲିମ ଯୋଗାଇ ଦିଆଯିବା ସହ ପ୍ରଶିକ୍ଷଣ ପାଇଁ ଜିଲ୍ଲାର ଖଣି ଖନାନ ପ୍ରଭାବିତ କ୍ଷେତ୍ରଧିକାର ସ୍ଥାନ ଗୁଡିକରେ ବାସ କରୁଥିବା ବେରୋଜଗାର ଯୁବକ ଯୁବତୀ ଙ୍କ ଠାରୁ ବୁଧବାର ଆବେଦନ ଆହ୍ୱାନ କରାଯାଇଥିଲା।ଏଥିରେ ବ୍ଲକ ରୁ ପ୍ରାୟ ୩୦ରୁ ଉର୍ଦ୍ଧ ଯୁବକ ଯୁବତୀ ଯୋଗ ଦେଇଥିଲେ।ସେଣ୍ଟର ଫର ସ୍କିଲିଙ୍ଗ ଆଣ୍ଡ ଟେକ୍ନିକାଲ ସପୋର୍ଟ ଭୁବନେଶ୍ୱର ଡିପାର୍ଟମେଣ୍ଟ ଅଫ କେମିକାଲଶ ଆଣ୍ଡ ପେଟ୍ରୋକେମିକାଲଶ ମିନିଷ୍ଟ୍ରି ଅଫ କେମିକାଲଶ ଆଣ୍ଡ ଫର୍ତିଳାଇଜାର୍ସ ଭାରତ ସରକାର ଙ୍କ ଦ୍ୱରା ମଞ୍ଚେଶ୍ୱର ଇଣ୍ଡାଷ୍ଟ୍ରିଆଲ ଇଷ୍ଟେଟ ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜନ ହୋଇଥିଲା।ଏଥିରେ ଓଡିଶା ଲେଭଲି ହୋଡ ମିଶନ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ପ୍ରମୋଦ ବେହେରା,ସି ଏଫ ଟି ଭୁବନେଶ୍ୱର ପୋଗ୍ରାମ କୋଡିନେଟର ବିଶ୍ୱଜିତ ବେହେରା ଏବଂ ସୁବାସ ମଲିକ ଯୋଗ ଦେଇଥିଲେ।ଯେଉଁ ଯୁବକ ଯୁବତୀ ୧୮ବର୍ଷ ରୁ ୩୨ବର୍ଷ ଏବଂ ଯୋଗ୍ୟତା ୧୦ମ ଠାରୁ ଗ୍ରାଜୁଏଟ,ଏବଂ ଆଇ ଟି ଆଇ,ଡିପ୍ଲୋମା କରିଥିବେ ସେ ମାନଙ୍କୁ ଏହି ନିଯୁକ୍ତି ରେ ସାମିଲ କରାଯାଇଛି।ଯେଉଁମାନେ ସିଲେକ୍ସନ ହେବେ ଭୁବନେଶ୍ୱର ଠାରେ ୬ ମାସ ଟ୍ରେନିଂ ପରେ ନିଶ୍ଚିତ ନିଯୁକ୍ତି ହେବ ଏବଂ ଉକ୍ତ ୬ମାସ ରହିବା ଖାଇବା ପାଇଁ ସରକାର ତରଫରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପୋଗ୍ରାମ କୋଡିନେଟର ପ୍ରକାଶ କରିଛନ୍ତି।
Recent Comments