logo
add image
ଦଧିବାମନ ଡିଗ୍ରୀ କଲେଜରେ  ଜାତୀୟ ଆଲୋଚନଚକ୍ର।

ଦଧିବାମନ ଡିଗ୍ରୀ କଲେଜରେ ଜାତୀୟ ଆଲୋଚନଚକ୍ର।

ଭଟଲି,୩୦/୧୧/୨୦୨୪(ଆଧାର ମିଡ଼ିଆ)ବରଗଡ଼ ଜିଲ୍ଲା ଭଟଲି ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ଭାରତ ଗଣତନ୍ତ୍ରର ୭୮ ବର୍ଷର ଯାତ୍ରା ଉପରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଆଇ.କ୍ୟୁ.ଏ.ସି ଏବଂ ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଏହି ସେମିନାରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ପ୍ରଧ୍ୟାପକ ଶ୍ୟାମଲାଲ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।ଏଥିରେ ଶଶିଧର ପଣ୍ଡା ସରକାରୀ ମହାବିଦ୍ୟାଳୟ ଛତିଶଗଡ଼ ସରିଆରୁ ସହକାରୀ ପ୍ରଧ୍ୟାପକ ଶ୍ରୀମତୀ ହର୍ଷା ସାହୁ, ମହାତ୍ମାଗାନ୍ଧି ମହାବିଦ୍ୟାଳୟ ଭୁକ୍ତାରୁ ସହକାରୀ ପ୍ରଧ୍ୟାପକ ଶରତ ଚନ୍ଦ୍ର ଦେହେରି,ବିଜେପୁର ମହାବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ରମେଶ ସାହୁ ଆଲୋଚକ ଭାବେ ଅଂଶଗ୍ରହଣ କରିଥିଲେ।ପ୍ରଥମେ ସମସ୍ତ ଅତିଥି ମାନେ ମହାପ୍ରଭୁ ଦଧିବାମନ ଏବଂ ଦେବୀ ସରସ୍ଵତୀଙ୍କ ଠାରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଇଂରାଜୀ ପ୍ରଧ୍ୟାପକ ବିଶ୍ୱଜିତ୍ ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ବିରାଟ ପଧାନ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶ୍ରୀମତୀ ସାହୁ ଗଣତନ୍ତ୍ର ଉତ୍ପତ୍ତି ଠାରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଆମ ଦେଶରେ ହୋଇଥିବା ଯୁଗାନ୍ତକାରୀ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ।ଶ୍ରୀ ଦେହରୀ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ସେହିପରି ରମେଶ ସାହୁ ବର୍ତ୍ତମାନ ଗଣତନ୍ତ୍ରର ମାନ ଏବଂ ଆଶଙ୍କା ଉପରେ ଆଲୋଚନା କରିଥିଲେ।ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀ କ୍ଷିତିରାଣୀ ମଲ୍ଲିକ ଏବଂ ବର୍ଷାରଣୀ ଷଡ଼ଙ୍ଗୀ ଏହି ଆଲୋଚନା ଚକ୍ର ଉପରେ ନିଜ ନିଜ ମତ ପ୍ରକାଶ କରିଥିଲେ।ସହ ଆବାହକ ଅଜିତ ବାରିକ,ସଂସ୍କୃତ ଅଧ୍ୟାପକ ରାଜୀବ ସାହୁ,ପ୍ରଧ୍ୟାପକ ଚୁଡ଼ାମଣି ରଥ,ଅଧ୍ୟାପକ ରବିନାରାୟଣ ପଣ୍ଡା, ଅଧ୍ୟାପକ ଦୂର୍ଗାଶିଷ୍  ପଟ୍ଟନାୟକ ସମେତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏହି ଜାତୀୟ ସ୍ତରୀୟ ଆଲୋଚନ ଚକ୍ରରେ ଅଂଶଗ୍ରହଣ କରିଥିଲେ।ପରିଶେଷରେ ଅଧ୍ୟାପକ ରାଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top