ଖୋର୍ଦ୍ଧା,୩୦/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଭାରତୀୟ ଶିକ୍ଷା ପରିଷଦ,ଓଡ଼ିଶା ଶାଖା ଅନୁବନ୍ଧିତ ଖୋର୍ଦ୍ଧା-ନୟାଗଡ଼ ଜୋନ ସ୍ତରୀୟ ବିଜ୍ଞାନମେଳା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜୋନ ଅନ୍ତର୍ଗତ ବୋଲଗଡ଼,ଭୀମପଡା,ଦଶପଲ୍ଲା, ମାଣିକାଗୋଡା,ଢୋଲମରା,ହଜ ଓ ବନମାଳୀପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ର,ସାନପଦର ସାରସ୍ଵତ ସରସ୍ବତୀ ବିଦ୍ୟାମନ୍ଦିର ଓ ବାଙ୍କୋଇସ୍ଥିତ ବୀଣାପାଣି ଶିଶୁ ବିଦ୍ୟାମନ୍ଦିର ସମେତ ୯ଗୋଟି ବିଦ୍ୟାଳୟରୁ ୨୦୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ୬୦ଟି ପ୍ରକଳ୍ପ ପ୍ରଦର୍ଶିନ କରିଥିଲେ।ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ, ସଡ଼କସୁରକ୍ଷା,କୀଟପତଙ୍ଗ ଦାଉରୁ ଫସଲରକ୍ଷା,ବିଶୁଦ୍ଧ ଜଳ,ବର୍ଷାଜଳସଂରକ୍ଷଣ,ଜଳ ଅମଳ,ଭାସମାନଘର,ସ୍ମାର୍ଟସିଟି,ଆଦର୍ଶଗ୍ରାମ,ଖାଦ୍ୟ ପ୍ରକ୍ରିୟାକରଣ,ଜଳଚକ୍ର ସମେତ ଅନ୍ୟାନ୍ୟ ଅନେକ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଏହି ବିଜ୍ଞାନ ମେଳାକୁ ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ସଭାପତି ଲଲାଟେନ୍ଦୁ କେଶରୀ ସିଂହ ଉଦଘାଟନ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଗୁରୁଜୀ,ଗୁରୁମା,ସଭାପତି,ସମ୍ପାଦକ ପ୍ରମୁଖ ମାନେ ଉପସ୍ଥିତ ଥିଲେ।ଅପରାହ୍ନରେ ତଥା ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନ ସଭାପତି ଶ୍ରୀସିଂହଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ମଣ୍ଡଳ ସାଧନାକେନ୍ଦ୍ର ସଂଯୋଜକ ପଦ୍ମଚରଣ ବେହେରା ଓ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ସମ୍ପାଦକ ହରିହର ସାହୁ,ସହ-ସମ୍ପାଦକ ସନାତନ ପାଟ୍ଟଶାଣୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ।ଗୁରୁମା ସୀମା ଖୁଣ୍ଟିଆ ସ୍ବାଗତ ସଙ୍ଗୀତ ଗାନ ପରେ ପରିଷଦର ଜୋନାଲ ସଂଯୋଜକ ତଥା ପ୍ରଧାନଆଚାର୍ଯ୍ୟ ଶ୍ରୀବତ୍ସ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ଜୁନିୟର, ସବ-ଜୁନିୟର ଓ ସିନିୟର୍ ବିଭାଗରେ ପ୍ରକଳ୍ପ ଗୁଡ଼ିକୁ ଚୟନ କରାଯାଇ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କୁନି ବୈଜ୍ଞାନିକ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଅନୁଷ୍ଠାନର ସମସ୍ତ ଗୁରୁମା ଗୁରୁଜୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ।ଶେଷରେ ଅନ୍ୟତମ ଜୋନ ସଂଯୋଜକ ସହଦେବ ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ।
Recent Comments