logo
add image
ଆର୍ ଏସ ଏସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।

ଆର୍ ଏସ ଏସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।

ସୋନପୁର,୩୦/୧୧/୨୦୨୪(ଆଧାର ମିଡ଼ିଆ)ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ସେବା ସପ୍ତାହ ଅବସର ରେ ଜିଲ୍ଲା ରକ୍ତ କେନ୍ଦ୍ର ରେ ଆଜି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଅଧ୍ୟାପକ ଶମ୍ଭୁ ଭୂଷଣ ପଣ୍ଡା ମୁଖ୍ୟ ଅତିଥି ଓ ମାଙ୍ଗୁ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ମାତା ଙ୍କ ଫଟୋ ଚିତ୍ର ରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।ସହ ଜିଲ୍ଲା ସଂଘ ଚାଳକ ଜୟଦ୍ରଥ ଜଗଦଲା, ଜିଲ୍ଲା ସେବା ପ୍ରମୁଖ କୃପାସିନ୍ଧୁ ମହାକୁର ଆର୍ ଏସ ଏସ ର ସେବା ସପ୍ତାହ ରେ ର ମହତ୍ କାର୍ଯ୍ୟ କୁ ପ୍ରଶଂସା କରିଥିଲେ।ଏହି ରକ୍ତ ଦାନ ଶିବିର ରେ ସମୁଦାୟ ୨୫ ୟୁନିଟ ରକ୍ତ ସଂଗ୍ରହ କରଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଭାଗ ପ୍ରଚାରକ ପ୍ରଣବ ନାଏକ, ଜିଲ୍ଲା କାର୍ଯ୍ୟ ବାହକ ଧର୍ମେନ୍ଦ୍ର ବଡମାଳି,ଜିଲ୍ଲା ସେବା ପ୍ରମୁଖ କୃପାସିନ୍ଧୁ ମହାକୁର,ବୀର ମହାରାଜ ପୁର ଉପ ଖଣ୍ଡ କାର୍ଯ୍ୟ ବାହକ ବିଭୂତି ଭୂଷଣ କୁଦେଇ ନଗର ସେବା ପ୍ରମୁଖ କାହୁଁ ଚରଣ ସାହୁ,ମନୋଜ୍ ପଣ୍ଡା,ସଞ୍ଜୟ ମହାପାତ୍ର,ରାଜେଶ୍ ସିଂ,ବିଶି କେଶନ୍ ମହାକୁଡ,ବିଶ୍ୱଜିତ୍ ନାଏକ,ସୁନିଲ କାଲସେ ପ୍ରମୁଖ ଅନେକ ରକ୍ତ ଦାତା ରକ୍ତ ଦାନ କରି ଥିଲେ।ଏହି ଶିବିର କୁ ଲେବ ଟେକ୍ନିଶିଏନ ସତ୍ୟ ତାଣ୍ଡି,ଜଗତ ଦରୁଅନ,ରେବତୀ ମହାପାତ୍ର ସହଯୋଗ କରିଥିଲେ।
 

Recent Comments

Leave Comments

Top