ଖୋର୍ଦ୍ଧା,୩୦/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଉପ-ନିବନ୍ଧକ ଙ୍କ କାର୍ଯ୍ୟାଳୟ ପରିସର ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।ଦୈନିକ ବହୁ ସଂଖ୍ୟାରେ ଜନ ସାଧାରଣ ଜମି ଜମା ପଞ୍ଜିକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାଳୟ କୁ ଆସୁଥିବାବେଳେ ପିଇବା ପାଣି,ପୁରୁଷ ଓ ମହିଳା ଙ୍କ ନିମନ୍ତେ ଶୌଚାଳୟ ଏବଂ କୌଣସି ବିଶ୍ରାମ ଗାରର ସୁବିଧା ନାହିଁ।ଫଳରେ ସେମାନେ ବାଧ୍ୟ ହୋଇ ଉପ-ନିବନ୍ଧକ କାର୍ଯ୍ୟାଳୟ ପରିସର ମଧ୍ୟରେ ପରିଶ୍ରା ଏବଂ ମଳ ତ୍ୟାଗ କରୁଛନ୍ତି।ଦୈନିକ ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ ଆଦାୟ ହେଉଥିବା ଏହି କାର୍ଯ୍ୟାଳୟ ରେ ସାଧାରଣ ଲୋକଙ୍କ ପାଇଁ କୌଣସି ସୁବିଧା ନାହିଁ।ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାର ଏକ ଗୁରୁତ୍ୱ ପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଭାବେ ଜଣା ଶୁଣା ଉପ -ନିବନ୍ଧକ ଙ୍କ କାର୍ଯ୍ୟାଳୟ କୁ ଦୈନିକ ଶହ,ଶହ ଲୋକ ବୃଦ୍ଧ,ମହିଳା,ଶିଶୁ,ରୋଗୀ,ଗର୍ଭବତୀ ମହିଳା ପଞ୍ଜିକରଣ ନିମନ୍ତେ ଆସୁଥିବା ବେଳେ ସେମାନଙ୍କ ବସିବା ପାଇଁ କୌଣସି ବିଶ୍ରାମଗାର ନଥିବା ବେଳେ ଏଣେତେଣେ ଲୋକେ ବସୁଛନ୍ତି,ଶୌଚାଳୟ ନଥିବାରୁ ବିଶେଷ କରି ମହିଳାମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ଏତଦବ୍ୟତୀତ ଉପ-ନିବନ୍ଧକ ଙ୍କ କାର୍ଯ୍ୟାଳୟ ପରିସର ପ୍ରତ୍ୟେକ ଦିନ ସଫା ସୁତୁରା ହେଉନଥିବାରୁ କାର୍ଯ୍ୟାଳୟ ପରିସରରେ ଅଳିଆ ଆବର୍ଜନା ପଡ଼ିରହିଛି।ଫଳରେ ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।ଏଥିପ୍ରତି ଉପ-ନିବନ୍ଧକ ଏବଂ ତାଙ୍କ କାର୍ଯ୍ୟାଳୟ ର କୌଣସି କର୍ମଚାରୀ ଧ୍ୟାନ ଦେଉନାହାନ୍ତି।ଖୋର୍ଦ୍ଧା ଉପ- ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଲାଗି ଉପ-ନିବନ୍ଧକ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଠପ ହୋଇପଡିଛି।ବିଭିନ୍ନ ଆଳ ଦେଖାଇ ପଞ୍ଜିକରଣ ପାଇଁ ଆସୁଥିବା ଲୋକଙ୍କୁ ଠାରୁ ବର୍ତ୍ତମାନ କାର୍ଯ୍ୟରତ ଅଧିକାରୀ ପୁଳା,ପୁଳା ଟଙ୍କା ରୋଜଗାର କରିବାରେ ବ୍ୟସ୍ତ କିନ୍ତୁ ସେମାନଙ୍କ ସୁବିଧା ପାଇଁ କୌଣସି ବ୍ୟବସ୍ଥା ନାହିଁ।କିନ୍ତୁ ଉପ- ନିବନ୍ଧକ ମହାଶୟ ନିଜ ପାଇଁ ବିଶ୍ରାମ କକ୍ଷ କରିସାରିଲେଣି,କିନ୍ତୁ କାର୍ଯ୍ୟାଳୟ ପରିସର ପରିମଳ ବ୍ୟବସ୍ଥା ପାଇଁ କୌଣସି ଧ୍ୟାନ ଦେଉନାହାନ୍ତି।ଏ ସମ୍ପର୍କ ରେ ଉପ-ନିବନ୍ଧକ ଙ୍କ କାର୍ଯ୍ୟାଳୟ କୁ ଆସୁଥିବା ଲୋକେ ଏବଂ ମୋହରିୟର ସଂଘ କର୍ମକର୍ତ୍ତା ବହୁବାର ଉପ-ନିବନ୍ଧକ ଙ୍କ ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଛନ୍ତି।ଏନେଇ ଖୋର୍ଦ୍ଧାର ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ଦେଖାଦେଇଛି।ଖୋର୍ଦ୍ଧା ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।
Recent Comments