logo
add image
ଜିଲ୍ଳା ସ୍ତରୀୟ  ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ।

ଜିଲ୍ଳା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ।

ସୁବର୍ଣ୍ଣପୁର,୩/୧୨/୨୦୨୪(ଆଧାର ମିଡ଼ିଆ)ଜିଲ୍ଲା ପ୍ରଶାସନ ଓ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ନୂତନ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ ୨୦୨୪ ଅନୁଷ୍ଠିତ ହୋଇଯାଇଛି।ଦିବସ ପାଳନ ଅବସରରେ ଆଜି ସକାଳ ୯ ଘଣ୍ଟା ସମୟରେ ବିଭାଗ ତରଫରୁ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ସମେତ ଭିନ୍ନକ୍ଷମ ବିଦ୍ୟାଳୟ ଛାତ୍ରଛାତ୍ରୀ,ଏନ.ସି.ସି କ୍ୟାଡେଟ ତଥା ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଜିଲ୍ଲା ପରିଷଦ ସଭାଗୃହ ପରିସରରୁ ବାହାରି ନୂତନ ଟାଉନ ହଲ ଠାରେ ପହଂଚି ଥିଲା।ଆୟୋଜିତ ପଦଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ।ସଚେତନତା ପଦଯାତ୍ରା ପରେ ସକାଳ ୧୦ ଘଟିକା ସମୟରେ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଶ୍ରୀ ଅର୍ଜୁନ ଚରଣ ମାଝୀଙ୍କ ତତ୍ୱାବଧାନରେ ଜିଲ୍ଲାସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା।ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀମତୀ ସୁପାର ଠେଲା ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବାବେଳେ,ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ନାୟକ,ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ଗୋପାଳ ଚନ୍ଦ୍ର ମଲ୍ଲିକ,ଉପ ଜିଲ୍ଲାପାଳ ସୋନପୁର ସୌମ୍ୟାରୁପା ରଥ,ଶ୍ରୀମତୀ ହରିପ୍ରିୟା ପାଣିଗ୍ରାହୀ,ସଦସ୍ୟା ଜିଲ୍ଲା ଭିନ୍ନକ୍ଷମ କମିଟି ସୁବର୍ଣ୍ଣପୁର,ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ।ଭିନ୍ନକ୍ଷମ ବ୍ୟକ୍ତି କେବେବି ସାଧାରଣ ନୁହଁନ୍ତି ବରଂ ସେମାନେ ଜଣେ ଜଣେ ଅସାଧାରଣ।ଭିନ୍ନକ୍ଷମ ଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରିବା ଦିଗରେ ଆମ ସମସ୍ତଙ୍କ ଗୁରୁଦାୟିତ୍ୱ ରହିଛି ଏଣୁ ଆମେ ସମସ୍ତେ ନିଜ ନିଜର ସ୍ତରରେ ସର୍ବୋପରି ସେମାନଙ୍କୁ ସ୍ନେହ ଶ୍ରଦ୍ଧା ତଥା ଆତ୍ମୀୟତାର ସହ ଆପଣେଇବାକୁ ଗୁରୁତ୍ୱାରୋପ କରିଛନ୍ତି ଅତିଥି ବୃନ୍ଦ।ଅତିଥି ମାନେ ସଭାରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ରହିଥିବା ସରକାରୀ ଵିଧି ବ୍ୟବସ୍ଥା,ଅଧିକାର ତଥା ବିଭିନ୍ନ ଜନ ହିତକାରୀ ଯୋଜନା ଉପରେ ମଧ୍ୟ ଆଲୋକ ପାତ କରିଛନ୍ତି।ସେମାନଂକୁ ଉଚିତ ସମ୍ମାନ ଓ ଭାଗିଦାରୀ ସହ ତାଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ମତବ୍ୟକ୍ତ କରିଛନ୍ତି ଅତିଥି ବୃନ୍ଦ।ଏତଦ ସହିତ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ୨୩ ଟି ବିଭାଗରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୬୯ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଏବଂ ଶିକ୍ଷା ବିଭାଗ ଅଧିନସ୍ଥ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ଵାତ୍କୃତା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ  ତାଙ୍କର କୃତିତ୍ୱ ନିମନ୍ତେ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ପରେ ଜିଲ୍ଲାସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟର  ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ସମସ୍ତଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ସଚେତନତା ପଦଯାତ୍ରାରେ ସାମିଲ ରହିଥିବା ଏନ ସି ସି ଏବଂ ପ୍ରଜ୍ଞା ଭାରତୀ ସ୍କୁଲ ର ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ଆୟୋଜିତ ସଭାରେ  ଡିଷ୍ଟ୍ରିକ୍ଟ ହେଣ୍ଡିକେପଡ ୱେଲଫେୟର ସ୍କୁଲ,ସୋନପୁର ,ବ୍ଲାଇଣ୍ଡ ଏଣ୍ଡ ଡିଫ-ଡମ୍ବ ସ୍କୁଲ, ତରଭା ,ଏନ.ଆର.ଡି.ସି,ସ୍ପେଶାଲ ସ୍କୁଲ ସୋନପୁର, ରେଆର,ସୋନପୁର ର ଛାତ୍ରଛାତ୍ରୀ ଏବଂ ଅଭିଭାବକ ସଂଘ ତଥା ବିଭିନ୍ନ ସଂଗଠନ ର କର୍ମକର୍ତା,ବ୍ଲକ ସ୍ତରର ବିଭିନ୍ନ ବିଦ୍ୟାଳୟ ରୁ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ଏବଂ ଗଣମାଧ୍ୟମ ପ୍ରତିନିଧି,ଭୀମଭୋଇ ଭିନ୍ନକ୍ଷମ ସଙ୍ଘ ଡୁଙ୍ଗୁରିପାଲି ର କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ।ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଶ୍ରୀ ମାଝୀ ସଭାରେ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ପ୍ରଭାସ କୁମାର କର୍ଣ୍ଣ, ବ୍ଲକ  ସାମାଜିକ ସୁରକ୍ଷା ଅଧିକାରୀ,ତରଭା ସଭା ସଂଯୋଜନା କରିଥିଲେ। ଡୁଙ୍ଗୁରିପାଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ ଭୂଷଣ ରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦୁର୍ଗା ପ୍ରସାଦ ମହାପାତ୍ର, ସ୍ୱତନ୍ତ୍ର ପ୍ରଶିକ୍ଷକ,ଭିନ୍ନକ୍ଷମ ସ୍ୱତନ୍ତ୍ର ପୁନର୍ବାସ ଥଇଥାନ କେନ୍ଦ୍ର ସୋନପୁର ପରିଚାଳନା କରିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁର ର ରାକେଶ କୁମାର ମିଶ୍ର,ଜନ୍ମେଜୟ ମହାକୁର,ଉମାକାନ୍ତ ହୋତା,ସମୀକ୍ଷ୍l ପୁରୋହିତ,ସୋନିଆ ବରିହା,ଗୁପ୍ତେଶ୍ୱର ପଧାନ, ଅମରଜୀତ ସାହୁ ଏବଂ ବିଭିନ୍ନ ସଂଗଠନ ର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ।
 

Recent Comments

Leave Comments

Top