ଭଟଲି,୪/୧୨/୨୦୨୪(ଆଧାର ମିଡ଼ିଆ)ଶାରିରୀକ ଭିନ୍ନକ୍ଷମ ପିଲାମାନଙ୍କ ଅଧିକାର ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଏବଂ ଭିନ୍ନକ୍ଷମ ପିଲାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ପ୍ରେରଣା ଯୋଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ନିବେଶୀ ସାଧନ କେନ୍ଦ୍ରଠାରେ ଭଟଲି ବ୍ଲକ୍ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।ବିଇଓ ସରୋଜ କୁମାର ଭୁଏଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦେବାଶିଷ ବିଶ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତଥା ଏବିଇଓ ଶ୍ରୀମତୀ ଜୟଶ୍ରୀ ମହାନ୍ତି, ଏବିଡିଓ ଜ୍ୟୋସ୍ନାରାଣୀ ଗଡତିଆ, ବି.ଏସ୍.ଏସ୍.ଓ ନମିତା ପରିଡା ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ।ଅତିଥିମାନଙ୍କ ଦ୍ୱାରା ପ୍ରଥମେ ଶ୍ରୀ ଗଣେଶ ଓ ମା ସରସ୍ୱତୀଙ୍କୁ ପୂଜାପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।ବିଆରଟି ଛନ୍ଦାଚରଣ ମେହେର ଓ ହରିବନ୍ଧୁ ଭୋଇ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ବିଷୟରେ ସବିଶେଷ ସୁବିଧା ସୁଯୋଗ ଗୁଡିକ ଉପସ୍ଥାପନ କରିଥିଲେ।ତାପରେ ସିଆର୍ସିସି ସୁଶାନ୍ତ ସୁନା ସାମୁହିକ ଶପଥ ପାଠ କରାଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୀତ,ନୃତ୍ୟ, ଚିତ୍ରାଙ୍କନ,ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଭଟଲି ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବିଦ୍ୟାଳୟର ଶାରିରୀକ ଭିନ୍ନକ୍ଷମ ଶିକ୍ଷକ ଶିକ୍ଷ୍ୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଦିବ୍ୟାଙ୍ଗ ପିଲା ମାନଙ୍କୁ ୧୦ଟି ସିପି ଚେୟାର, ୮ଟି ରୋଲେଟର୍,୨ ଟି ଟ୍ରାଇ ସାଇକେଲ ଓ ୨ ଟି ହ୍ବିଲ ଚେୟାର ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସମେତ ଅଭିଭାବକ,ସିଆରସିସି ବିରେନ୍ଦ୍ର ପାଣ୍ଡେ, ସୁଜିତ ନନ୍ଦ,ମନଭାଙ୍ଗୀ ଖମାରୀ,ଗିରିଧାରୀ ସାହୁ,ନାରାୟଣ ମେହେର,ଦୀନାନାଥ ପଧାନ,ଶୁକ୍ରୁ ଗର୍ଡିଆ,ରୋହିତ ମହାନନ୍ଦ,ସଞ୍ଜୟ ସାହୁ,ସୁଦାମ ସାହୁ,ଗୁପ୍ତଚନ୍ଦ୍ର ରାଏ,ଜୟରାଜ ନାଏକ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ।ପ୍ରକାଶ ଚନ୍ଦ୍ର ସାହୁ ସଭା ସଂଯୋଜନା କରିଥିବା ବେଳେ ସାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments