logo
add image
 ଧାନ ଗଦାରେ ନିଆଁ ଲଗାଇ ଦେଲା ଦୁର୍ବୃତ୍ତ:ଥାନାରେ ଅଭିଯୋଗ।

ଧାନ ଗଦାରେ ନିଆଁ ଲଗାଇ ଦେଲା ଦୁର୍ବୃତ୍ତ:ଥାନାରେ ଅଭିଯୋଗ।

ଖୋର୍ଦ୍ଧା,୫/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ତାଳତୁମ୍ବ ଗ୍ରାମର ପଞ୍ଚାନନ ନାୟକଙ୍କ ଧାନ ଗଦାରେ ନିଆଁ ଲାଗି ୫୦ହଜାର ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଛି।ପଞ୍ଚନାନଙ୍କ ନିଜର ୨ଏକର ଜମିର ଧାନ କଲେଇକୁ କାଟି ଖଳାରେ ଗଦା ଦେଇ ରଖିଥିଲେ।ତେବେ ମଙ୍ଗବାର ଦିନ ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଆକ୍ରୋଶ ମୂଳକ ଭାବେ ଧାନ ଗଦାରେ ନିଆଁ ଲଗେଇ ଦେଇଥିଲା।କଲେଇ ଗଦା ଜଳୁଥିବା ଦେଖି ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିବା ବେଳେ ଅଗ୍ନିର ତୀବ୍ରତା ହେତୁ ଅଣାୟତ୍ତ ହୋଇଥିଲା।ତେବେ ବେଗୁନିଆସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେଇଥିଲେ।ଅଗ୍ନିଶମ ସେବା ଭାରପ୍ରାପ୍ତ ଅଧିକାରୀ ସତ୍ୟ ରଞ୍ଜନ ସ୍ବାଇଁ ଓ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ।ଏଥିରେ ଶ୍ରୀ ନାୟକଙ୍କ ଆନୁମାନିକ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଧାନ କ୍ଷତି ହୋଇ ଥିବାର ସୂଚନା ମିଳିଛି।ପରେ ଧାନ କ୍ଷତିଗ୍ରସ୍ତ ପଞ୍ଚାନନଙ୍କ ଅଭିଯୋଗ କ୍ରମେ ବେଗୁନିଆ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ଖବର ପାଇ କୃଷକ ନେତା ପ୍ରକାଶ ରାଉତରାୟ ଘଟଣା ସ୍ଥଳକୁ ଯାଇ ପ୍ରଶାସନିକ ସ୍ତରରେ କ୍ଷତି ପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଘଟଣା ଘଟେଇଥିବା ଅଭିଯୁକ୍ତକୁ ଧରି ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ସାଧାରଣରେ ଦାବି କରିଛନ୍ତି।


 

Recent Comments

Leave Comments

Top