ଖୋର୍ଦ୍ଧା,୫/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ କରିବା ସହ ୨ ଅଭିଯୁକ୍ତ ଗିରଫ କରିଛି ଅବକାରୀ ବିଭାଗ।ଖୋର୍ଦ୍ଧା ଅବକାରୀ ବିଭାଗର ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଭ୍ରାମ୍ୟମାଣ ଅବକାରୀ ବିଭାଗ ଓ ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରିଥିଲେ।ଚଢ଼ାଉ କରି ୧୬ ଶହ ୭୫ ଲିଟର ପୋଚ,୫୪୦ ଲିଟର ଦେଶୀମଦ,୧ ଟି ମୋବାଇଲ ଫୋନ ଓ ଆବଶକୀୟ ସରଞ୍ଜାମ ସହ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଅଛି।ସୂଚନାକ୍ରମେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ଅନନ୍ତ ସାହୁଙ୍କ ଧର୍ମପତ୍ନୀ କୁନ୍ତଳା ସାହୁ ଓ ପୁଅ ଜୟକୃଷ୍ଣ ସାହୁ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏଥିରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ଅଧିକାରୀ ଥାର୍ପା ମାରାଣ୍ଡିଙ୍କ ନେତୃତ୍ବରେ ବେଗୁନିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ଖେସଙ୍କ ସମେତ କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ।
Recent Comments