logo
add image
ଆବର୍ଜନା କୁଣ୍ଡ ପ୍ରକଳ୍ପ କାହା ସ୍ୱାର୍ଥରେ..ଲୋକଙ୍କ କାର୍ଯ୍ୟରେ ଲାଗୁନି ଆବର୍ଜନା କୁଣ୍ଡ ପ୍ରକଳ୍ପ।

ଆବର୍ଜନା କୁଣ୍ଡ ପ୍ରକଳ୍ପ କାହା ସ୍ୱାର୍ଥରେ..ଲୋକଙ୍କ କାର୍ଯ୍ୟରେ ଲାଗୁନି ଆବର୍ଜନା କୁଣ୍ଡ ପ୍ରକଳ୍ପ।

ଖୋର୍ଦ୍ଧା,୫/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)କେନ୍ଦ୍ର ଓ ରାଜ୍ୟ ସରକାର ସ୍ଵଛ ଭାରତ ଅଭିଯାନ ମାଧ୍ୟମରେ ଗାଁ ଓ ସହରରେ ଆବର୍ଜନା ପରିଚାଳନା ପାଇଁ ପ୍ରତି ପଂଚାୟତରେ ଆବର୍ଜନା କୁଣ୍ଡ ଓ ଘର ଲକ୍ଷାଧିକ ଟଙ୍କାରେ ନିର୍ମାଣ କରିଥିଲେ। ଏଥିପାଇଁ ଆବର୍ଜନା ବୁହା ଗାଡି ମଧ୍ୟ ପ୍ରତି ପଞ୍ଚାୟତକୁ ଯୋଗାଇ ଦିଆଯାଇଛି।ପ୍ରତି ଗ୍ରାମରେ ଆବର୍ଜନା କୁଣ୍ଡ ଓ ପଞ୍ଚାୟତ ସ୍ତରରେ ଆବର୍ଜନା ପୃଥକି କରଣ କେନ୍ଦ୍ରମାନ ନିର୍ମାଣ କରାଯାଇଛି।ହେଲେ ଏହି କେନ୍ଦ୍ର ଗୁଡିକ ସହ କୁଣ୍ଡ ଗୁଡିକ ଜନ ସାଧାରଣଙ୍କ କୌଣସି କାମରେ ଆସୁନାହିଁ।ଏଥିପାଇଁ ପ୍ରତି ପଞ୍ଚାୟତକୁ ୪ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି।ତେବେ ଏତେ ପରିମାଣର ଟଙ୍କା ପାଣିରେ ପଡିଛି ବୋଲି ବୁଦ୍ଧିଜୀବୀ ଓ ସାଧାରଣରେ ମହଲରେ ଆଲୋଚିତ ହେଉଛି।ବୋଲଗଡ ବ୍ଲକରେ ୨୧୪ଟି କୁଣ୍ଡ ପ୍ରକଳ୍ପ ଅନୁମୋଦିତ କରାଯାଇଛି।ସେଥିରୁ ୧୮୬ଟି ପ୍ରକଳ୍ପକୁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ୧୨୬ଟି ପ୍ରକଳ୍ପ ସମ୍ପୂଣ୍ଣ ହୋଇଥିବା ସୂଚନା ମିଳିଛି।ସେହିପରି କୁଣ୍ଡ ପ୍ରକଳ୍ପ ଗୁଡ଼ିକ ଅତି ନିନ୍ମ ମାନର କାର୍ଯ୍ୟ କରି ରଙ୍ଗବୋଳି ଫଟୋ ଉଠାଇ ବିଲ କରାଯାଇଥିବା ଦେଖିବାକୁ ମିଳିଛି।ଏନେଇ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଉନାହାନ୍ତି।ଅନ୍ୟଜଣେ ଅଧିକାରୀ ନିଜ ନାମ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି କେନ୍ଦ୍ର ଗୁଡିକ ପରିଚାଳନା କରିବା ପଂଚାୟତ ର କାମ।ସେଥି ପାଇଁ ବିଭାଗ କିଛି କରିପାରିବେ ନାହିଁ ବୋଲି ସଫେଇ ଦେଇଥିଲେ।ତେବେ ଏନେଇ ସରକାର ତୁରନ୍ତ ପଦକ୍ଷେପ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାପାଇଁ  ଜନସାଧାରଣ ରେ ଦାବି ହେଉଛି।
 

Recent Comments

Leave Comments

Top