logo
add image
ଖୋ-ଖୋରେ ସ୍ଵର୍ଣ୍ଣ ପଦକ ହାତେଇଲା ଓଡ଼ିଶା ଡ଼ିଏଭି

ଖୋ-ଖୋରେ ସ୍ଵର୍ଣ୍ଣ ପଦକ ହାତେଇଲା ଓଡ଼ିଶା ଡ଼ିଏଭି

କଣିହାଁ,୯/୧୨/୨୦୨୪(ଆଧାର ମିଡ଼ିଆ)ଗତ ସୋମବାର ତାରିଖଠାରୁ ତିନି ଦିନ ଧରି ନୂଆଦିଲ୍ଲୀର ନୋଏଡା ସୋର୍ଟର୍ସ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଥିବା ଡିଏଭି ଜାତୀୟସ୍ତରର କ୍ରୀଡ଼ା ସମାରୋହରେ ୧୪ ବର୍ଷରୁ କମ୍ ଖୋ-ଖୋରେ ଓଡ଼ିଶା ଟିମ୍ ଚମ୍ପିଅନ୍ ହୋଇଛି।ଫାଇନାଲ୍‌ରେ ତାମିଲନାଡୁ ଦଳକୁ ୭ ପଏଣ୍ଟରେ ପରାସ୍ତ କରି ଓଡ଼ିଶା ବିଜେତା ଘୋଷିତ ହୋଇଥିଲା।ଓଡ଼ିଶା ଦଳରେ କଣିହାଁ ଏନ୍‌ଟିପିସି ଦୀପଶିଖା ଡିଏଭି ସ୍କୁଲର ୯ ଜଣ ଛାତ୍ରୀ ସାମିଲ ଥିଲେ।ଦୀପଶିଖା ଡିଏଭି ସ୍କୁଲ ଛାତ୍ରୀ ଏଲିନା କୁଜୁର ଓଡ଼ିଶା ଦଳର ନେତୃତ୍ବ ନେଉଥିବା ବେଳେ ଅମ୍ରିତା ନାଏକ,ସୌମ୍ୟାଶ୍ରୀ ସେନାପତି, ଇପ୍‌ସିତା ବେହେରା,ଚୈତାଳୀ ହେମ୍ବ୍ରମ,ନିୟତି ସାହୁ,ଅଭିସ୍ମିତା ସାହୁ,ଉଦିତା ଶୁକ୍ଳା,ଜୟଶ୍ରୀ ସାହୁ ରାଜ୍ୟ ଦଳରେ ପ୍ରତିନିଧିତ୍ୱ କରିଥିଲେ।ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଡିଏଭି ପବ୍ଲିକ ସ୍କୁଲ,ଟିଟିପିଏସ୍, ବନହରପାଲ୍ଲୀର ତିନି ଜଣ ଛାତ୍ରା-ରିତିକା କେର୍କେଟା,ତେଜନା ପାଣ୍ଡେ ଏବଂ ଅଙ୍କିତା ତିର୍କୀ ଅଂଶଗ୍ରହଣ କରିଥିଲେ।ନୂଆଦିଲ୍ଲୀରୁ ଟ୍ରେନ୍ ଯେଗେ ଆସି ଗତକାଲି ଖେଳାଳିମାନେ ଅନୁଗୁଳ ଗୁଳ ଷ୍ଟେସନ ନରେ ହଞ୍ଚିବା ପରେ ଡିଏଭି,ଓଡ଼ିଶା ଜୋନ-ଡିର ପ୍ରତିନିଧି ମାନସ ରଞ୍ଜନ ପୃଷ୍ଟି ଓ ସହକର୍ମୀ ସେମାନଙ୍କୁ ସ୍ବାଗତ ଜଣାଇବା ସହ କଣିହାଁ ଏମ୍‌ଜିଆର ଛକଠାରୁ ଅଭିଭାବକ,ଶିକ୍ଷକ ଏବଂ ଶୁଭେଚ୍ଛୁଙ୍କ ଗହଣରେ ଶୋଭାଯାତ୍ରାରେ ଡିଏଭି ସ୍କୁଲ ପର୍ଯ୍ୟନ୍ତ ନିଆଯାଇଥିଲା।ଏନ୍ଟିପିସିର ପ୍ରତିନିଧ ଭାବେ ମାନବ ସମ୍ବଳ ବିଭାଗର ଅଧିକାରୀ ରାମ ଅବତାର ବନଜାରା,କ୍ଲଷ୍ଟର କ୍ରୀଡ଼ାସଙ୍ଘର ମୁଖ୍ୟ ପରିଚାଳକ ତଥା ଡିଏଭି ଏନ୍‌ଟିପିସିର ଅଧ୍ଯକ୍ଷ ଲକ୍ଷ୍ମୀକାନ୍ତ ଦେବତା,ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ତ୍ରିପାଠୀ, କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ଯକ୍ଷ କୃଷ୍ଣକୁମାର ପ୍ରମୁଖ କୃତୀ ଛାତ୍ରୀ ଓ କ୍ରୀଡା ଶିକ୍ଷକ ଡିସିଏଚ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଛାତ୍ରୀଙ୍କ ଏହି ସଫଳତା ପାଇଁ ଏନ୍‌ଟିପିସି ପ୍ରକଳ୍ପ ଅଧିକାରୀ ଏ.କେ.ସେହଗଲ,ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ.କେ.ସି.ଶତପଥୀ,ଡିଏଭି ଜୋନ-ଡିର ଏଆର୍‌ଓ ଏସ୍.କେ.ଭୋଇ,ରାଜ୍ୟ କ୍ରୀଡା ସଂଯୋଜିକା ଈପସିତା ଦାସ ପ୍ରମୁଖ ସ୍ପର୍ଶ ବିଜୟିନୀ ବାଳିକାମାନଙ୍କ ନିମନ୍ତେ ଶୁଭେଚ୍ଛା ବାର୍ଭା ପଠାଇଥିଲେ।
 

Recent Comments

Leave Comments

Top