ସମ୍ବଲପୁର(ରେଙ୍ଗାଲି)୧୦/୧୨/୨୦୨୪(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)ଆଜି ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟ ରେ ୨୩ତମ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବେନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ସଭାପତି ଶ୍ରୀ ଗୋଲବଦନ ପଧାନ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଦୁର୍ଗାପ୍ରସାଦ ସାହୁ ଯୋଗ ଦେଇ ଏହି ଉତ୍ସବ କୁ ଉଦ୍ଘାଟିତ କରିଥିଲେ।ବିଦ୍ୟାଳୟ ର ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗ ର ଖେଳ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।ଅପରାହ୍ନ ରେ ଏହି ପ୍ରତିଯୋଗିତାର ଉଦଯାପନି ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ପଦ୍ମନାଭ ନାଏକ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପାଠ ସହ କ୍ରୀଡ଼ା ର କଣ ଆବଶ୍ୟକ ରହିଛି,ସେ ବିଷୟରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ସମ୍ପାଦକ ଶ୍ରୀ ବିରଞ୍ଚି କୁମାର ନାଥ,କମିଟି ସଦସ୍ୟ ଶ୍ରୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ,ପୂର୍ବତନ କମିଟି ସଦସ୍ୟ ଶ୍ରୀ ସୁକଦେଵ ନାୟକ,ଶ୍ରୀ ସନ୍ତୋଷ କୁମାର ନାଥ ପ୍ରଭୁତି ଯୋଗଦେଇଥିଲେ।ବିଭିନ୍ନ ବର୍ଗରେ ଉତ୍ତୀନ୍ନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ର ପୁରନ୍ଧର ସୁନା ବାଳକ ବର୍ଗରେ ଏବଂ ନବମ ଶ୍ରେଣୀର ଛାତ୍ରୀ ମିନାକ୍ଷୀ ନାଥ ବାଳିକା ବର୍ଗ ରେ ଚମ୍ପିୟାନ ହୋଇଥିଲେ।ଲପଙ୍ଗା ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀ ଗଜେନ୍ଦ୍ର ଭୋଇ,ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀ ପ୍ରାଣବନ୍ଧୁ ରାଉତ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଖେଳ ପରିଚାଳନା କରିଥିଲେ।ପରିଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ଦୁର୍ଯୋଧନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments