ବିନିକା,୯/୧୨/୨୦୨୪(ଆଧାର ମିଡ଼ିଆ)ଆଜି ସୋମବାର ଦିନ ବିନିକା ସହର ରେ ଅବସ୍ଥାପିତ ସେଣ୍ଡସ୍ ଭେଲି ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଳିଥିବା ବାର୍ଷିକ କ୍ରୀଡ଼ା ମହୋତ୍ସବ (ଉଡ଼ାନ୍)ଉଦଯାପିତ ହୋରଇଯାଇଛି।ଏହି କ୍ରୀଡ଼ାରେ ସିନିୟର ବାଳକ-ବାଳିକା,ସବ୍ ସିନିୟର ବାଳକ ବାଳିକା,ଜୁନିୟର ବାଳକ ବାଳିକା ରେ ୬ ଟି ଭାଗରେ ବିଭକ୍ତ କରି ୧୦ ଟି ଇଭେଷ୍ଟରେ କ୍ରୀଡ଼ା ହୋଇଥିଲା।ବିଦ୍ୟଳୟ ଛାତ୍ରୀ ତୃପ୍ତି,ସାଇନା,ସ୍ବିତା,ତ୍ରିଷ୍ଣା ତମନ୍ନା ଓ ମାମୁନି ସ୍ବାଗତ ସଂଗୀତ ଗାନ କରିଥିଲେ।ଏଥିରେ ବିଦ୍ୟାଳୟର ୩୧୪ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।ଛାତ୍ର ଛାତୀ ଙ୍କୁ ଜୁନିୟର ଓ ସିନିୟର ଭାଗରେ ବିଭକ୍ତ କରାଯାଇଥିଲା।ଲମ୍ବଡ଼ିଆଁ,୧୦୦ ମିଟର ଓ ୨୦୦ ମିଟର ଦୈଡ଼,ସଟଫୁଟ,ଡ଼ିସକସ୍କ,ମ୍ୟୁଜିକ ଚ୍ୟାର, ସମେତ ୧୧ ଟି ବିଭାକରେ ଖେଲ ହୋଇଥିଲା।ସେଣ୍ଡସ୍ ଭେଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାଳଗୋପାଳ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଦଯାପନି ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ସତ୍ୟନାରାୟଣ ତ୍ରିପାଠୀ ମୂଖ୍ୟ ଅତିଥି,ବିନିକା ସମ୍ବାଦ ପ୍ରତିନିଧି ଅକ୍ଷୟ ପୂଜାହାରୀ ଏତିହାସିକ ତଥା ସୁସାହିତ୍ୟକ ସୁଦାମ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଲ ଉପରେ ବକ୍ତବ୍ୟ ରଖି ଖେଲରେ ସିନିୟର ବାଳକ ରାଜା ପଧାନ,ବାଳିକା ମୁନି ମହାଲିଙ୍ଗ,ସବ ସିନିୟର ବାଳକ ଓମ ପ୍ରକାଶ ପଧାନ,ବାଳିକା ତୁଲସି ଡ଼ାଙ୍ଗ ଓ ଜୁନିୟର ବାଳକ ପ୍ରାର୍ଥସରଥି ପୁଜାରୀଓ ବାଳିକା ରିଙ୍କି ଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିବାସହ କୃତି ଛାତ୍ୟ ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ।ଶିକ୍ଷକ ସତ୍ୟନାରାୟଣ ସାହୁ ସ୍ବାଗତ ଭାଷଣ ଦେଇଥିଲେ।କ୍ରୀଡ଼ା ଶିକ୍ଷକ ସୁବ୍ରତ ପଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶିକ୍ଷୟତ୍ରୀ ସ୍କୃତିରେଖା ବିଶ୍ବାଳମଞ୍ଚ ପରିଚାଳନା କରାଥିଲେ।ଶିକ୍ଷକ ସୁବ୍ରତ ଦାସ,ଆବିନ୍ଦ ତ୍ରୀପାଠୀ,କମଳିନି ପଧାନ,କମଳିନୀ ମାଝି,ସସ୍ମିତା ସାହୁ,ରଶ୍ମିରଞ୍ଜନ ନନ୍ଦ,ବିନୋଦ କର୍ଣ୍ଣ, ବର୍ଷାରାଣୀ ପାତ୍ର,ଅମର ମେହେର,ଭୋଜରାଜ ବିଶି ସୂର୍ଯ୍ୟନାରାୟଣ ମେହେର ସମେତ ପୁରସ୍କାର ବିରଣୀ ଉତ୍ସବରେ ସହଯୋଗ କରରିଥିଲେ।ଶେଷରେ ଶିକ୍ଷକ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପର କରିଥିଲେ।
Recent Comments