logo
add image
ଗୀତା ଜୟନ୍ତୀ ଅବସରରେ ଗୀତା ଆବୃତ୍ତି ପ୍ରତିଯୋଗୀତା।

ଗୀତା ଜୟନ୍ତୀ ଅବସରରେ ଗୀତା ଆବୃତ୍ତି ପ୍ରତିଯୋଗୀତା।

ବୌଦ୍ଧ,୧୨/୧୨/୨୦୨୪(ଆଧାର ମିଡ଼ିଆ)ଗୀତା ପରିବାର ତରଫରୁ ଆଜି ଶ୍ରୀଚନ୍ଦ୍ରଚୁଡ ମନ୍ଦିର ଓ ମହାନଦୀ ଆଳତି ଘାଟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ କରି ଦ୍ଵାଦଶ ଅଧ୍ୟାୟ ଗୀତା ଆବୃତ୍ତି କରିଥିଲେ।ପ୍ରତିଯୋଗିତାରେ ବିଚାରକ ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ପୁରୋହିତ,ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର,ବିଶିଷ୍ଟ ବ୍ୟବସାୟୀ ନଟବର ଅଗ୍ରୱାଲା ଯୋଗ ଦେଇଥିଲେ।ସିନିୟର୍ ବିଭାଗରେ ପ୍ରଥମ ସ୍ଥାନ ଦିବ୍ୟଜ୍ୟୋତି ମହାରଣା,ଦ୍ଵିତୀୟ ସ୍ଥାନ ସୁମନ ମେହେର,ତୃତୀୟ ସ୍ଥାନ ମାଧବ ପ୍ରତୀକ ସାହୁ ଏବଂ ଜୁନିଅର ବିଭାଗରେ ପ୍ରଥମ ସ୍ଥାନ ଅଧାତ୍ରି ପୁରୋହିତ,ଦ୍ଵିତୀୟ ସ୍ଥାନ ରତ୍ନପ୍ରଭା ଅଗ୍ରୱାଲା,ତୃତୀୟ ସ୍ଥାନ ରିତେନ୍ ବଗର୍ତ୍ତି ଅଧିକାର କରିଥିଲେ l ସମସ୍ତ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ପ୍ରଦାନ କରାଯାଇଛି l କାର୍ଯ୍ୟକ୍ରମ ଭାରତ ସ୍ବାଭିମାନ ଟ୍ରଷ୍ଟ ଓ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସୂର୍ଯ୍ୟ ନାରାୟଣ ପଣ୍ଡା,ସୌମ୍ୟା ସୁମନ ପୁରୋହିତ,ଗୋପାଳ ବାରିକ ପରିଚାଳନା କରିଥିଲେ।ଶେଷରେ ଗୀତା ପରିବାର ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆସନ୍ତୁ ଗୀତା ଶିଖିବା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ସଂଯୋଜକ ଦେବାଶିଷ ପୁରୋହିତ ପ୍ରକାଶ କରିଥିଲେ।
 

Recent Comments

Leave Comments

Top