logo
add image
ଜାନକୀ ପାଢ଼ୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଠମଲ୍ଲିକ ବିଜୟୀ।

ଜାନକୀ ପାଢ଼ୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଠମଲ୍ଲିକ ବିଜୟୀ।

ଖୋର୍ଦ୍ଧା,୨୨/୨୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବାମନ ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଜାନକୀ ପାଢ଼ୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ଦିବସରେ ଭୁବନେଶ୍ୱର ବନାମ ଆଠମଲ୍ଲିକ ମଧ୍ୟରେ ଅନୁଷ୍ଠିତହୋଇଥିଲା।ପ୍ରଥମାର୍ଦ୍ଧ ରେ ଉଭୟ ଦଳ ପରସ୍ପର କୁ ଗୋଟିଏ ଲେଖାଏଁ ଗୋଲ ଦେଇ ସମାନ ସ୍ଥିତିରେ ଥିଲେ।କଡା ଟକ୍କର ହୋଇଥିଲା।ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଟାଇ ବ୍ରେକର ଯୋଗେ ୨-୧ଗୋଲରେ ଆଠମଲ୍ଲିକ ଦଳ ବିଜୟୀ ହୋଇଛନ୍ତି।ଏହି ଖେଳକୁ ପରିଚାଳନା କରିଥିଲେ ମିର୍ଜା ସିରାଜୁଦ୍ଦିନ ବେଗ,ଭଞ୍ଜ କିଶୋର ଯତି ଲକ୍ଷ୍ମୀଧର ଚୌଧୁରୀ ଓ ସରୋଜ ମହାରଣା।ଦ୍ଵିତୀୟାର୍ଦ୍ଧ ମ୍ୟାଚ ବୋଲଗଡ ବନାମ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବୋଲଗଡ ୨-୧ ଗୋଲରେ ବିଜୟୀ ହୋଇଛନ୍ତି।ଆସନ୍ତାକାଲି ଭଞ୍ଜନଗର ବନାମ ବୌଦ୍ଧ ଓ ଆଠମଲ୍ଲିକ ବନାମ ବୋଲଗଡ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି।
 

Recent Comments

Leave Comments

Top